News portal website
before header
[URIS id=5393]

୫୧ରେ ପାଦ ଥାପିଲେ ରାହୁଲ

0 165

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୯-୦୬-୨୦୨୧

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ୫୧ ବର୍ଷ ହୋଇଛି । କରୋନା ମହାମାରୀ ହେତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୯ରେ ତାଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ସେ ଦଳର କର୍ମୀଙ୍କୁ ନିବେଦନ କରିଛନ୍ତି ।

କୌଣସିି ହୋର୍ଡିଂ କିମ୍ବା ପୋଷ୍ଟର ଲଗାନ୍ତୁ ନାହିଁ, କିନ୍ତୁ ଯଥା ସମ୍ଭବ ଅଭାବି ଲୋକଙ୍କୁ ସାହାଯ୍ୟ କରନ୍ତୁ । ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାଜ୍ୟ କଂଗ୍ରେସ କମିଟି, ଦଳର ବିଭିନ୍ନ ସଂଗଠନକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଏହି ଭାବନା ବିଷୟରେ ଅବଗତ କରାଇଛନ୍ତି । ଦଳ ରାଜ୍ୟ କଂଗ୍ରେସ କମିଟିକୁ କହିଛି ଯେ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ସେମାନେ ଅଭାବି ଲୋକଙ୍କ ମଧ୍ୟରେ ରାସନ, ମେଡିକାଲ କିଟ୍, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବେ ।ଏଥିସହ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯିବ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଅଭାବି ଲୋକଙ୍କୁ ରାସନ ଯୋଗାଇବ ଏବଂ ସାଧାରଣ ଲୋକଙ୍କୁ ଟିକାକରଣରେ ସାହାଯ୍ୟ କରିବ ବୋଲି ଭାରତୀୟ ଯୁବ କଂଗ୍ରେସ କହିଛି । ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ ଏବଂ ଭାରତୀୟ ଯୁବ କଂଗ୍ରେସ ନିଜ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ମାଗଣା କୋଭିଡ ଟିକାକରଣ ଅଭିଯାନ ଆୟୋଜନ କରିବାକୁ ଯୋଜନା କରିଛନ୍ତି ।

NSUI ଜାତୀୟ ସଭାପତି ନୀରଜ କୁନ୍ଦନ କହିଛନ୍ତି ଯେ ‘ଆମର ନେତା ରାହୁଲ ଜୀ ବିଶ୍ୱାସ କରନ୍ତି ଯେ ଭାଇରସ ବିସ୍ତାର କରିବା ପରିବର୍ତ୍ତେ ଆମକୁ ଟୀକାକରଣ କରାଯିବା ଉଚିତ ଯାହା ଦ୍ୱାରା ଭୂତାଣୁ ମାତ୍ ଦେବାରେ ସକ୍ଷମ ହେବ । ମହାମାରୀ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଟୀକାକରଣ ହେଉଛି ସର୍ବୋତ୍ତମ ଉପାୟ ବୋଲି ରାହୁଲ ଜୀ କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.