ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୬-୨୦୨୧
କେନ୍ଦୁଝର ଜିଲ୍ଲା ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ ।ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଭିମକାଣ୍ଡ ପଞ୍ଚାୟତର ଗୋଳାଗାଡିଆ ଗାଁରେ ହାତୀ ଉପଦ୍ରବ ଜାରି ରହିଛି।ଗତ ୧୭ ତାରିଖରେ ବିଷ୍ଣୁ ମହାକୁଡ଼ଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିଲେ ହାତୀ । ଶୁକ୍ରବାର ମଧ୍ୟ ବିଳମ୍ବିତ ରାତିରେ ଗାଁରେ ପଶି ଉପଦ୍ରବ ଚଲାଇ ଥିଲେ ।

ରାତି ପ୍ରାୟ ୧ଟା ବେଳେ ୨୫ ଟିକିଆ ହାତୀ ପଲ ଗାଁ ଭିତରେ ପଶି ଘର ଭାଙ୍ଗି ଥିଲେ ।ହାତୀ ପଲରେ ୮ଟି ଛୁଆହାତୀ ମଧ୍ୟ ଥିବା ସୂଚନା ମିଳିଛି। ଗୋଳାଗାଡିଆ ଗାଁରେ ପଶି ଜୟନ୍ତୀ ମୁଣ୍ଡାଙ୍କ ଘରର କାନ୍ଥ ଭାଙ୍ଗି ଘରେ ଥିବା ଭାତକୁ ଖାଇ ଖାଇଦେବା ସହ ଧାନଚାଉଳକୁ ମଧ୍ୟ ଖାଇ ଯାଇଛନ୍ତି ।ଘରେ ଥିବା କଡେଇ ହାଣ୍ଡି ଡେକଚିକୁ ଫିଙ୍ଗା ଫୋପଡା କରି ଭାଙ୍ଗି ଦେଇଛନ୍ତି ହାତୀ ପଲ ।ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଗାଁ ଭିତରକୁ ଦୌଡ଼ି ପଳେଇଥିଲେ ।ଗାଁ ଲୋକେ ନିଆଁ ଲଗାଇ ହାତୀ ପଲଙ୍କୁ ଘଉଡାଇଥିବା ସୂଚନା ମିଳିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
