News portal website
before header
[URIS id=5393]

ପ୍ରଧାନମନ୍ତ୍ରୀ ମୋଦି ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ବିଶ୍ୱର ସବୁଠାରୁ ଗ୍ରହଣୀୟ ନେତା!!

0 186

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୮-୦୬-୨୦୨୧

କରୋନା କାଳରେ ଅକ୍ଷୁର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଦୁନିଆର ସବୁଠାରୁ ଗ୍ରହଣୀୟ ନେତା ବିବେଚିତ ହୋଇଛନ୍ତି ନମୋ । ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କଠାରୁ ଆଗରେ ଅଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୬% ପ୍ରତିଶତ ମିଳିଛି ।ତଥ୍ୟ ଅନୁଯାୟୀ, କରୋନା ସମୟରେ ମଧ୍ୟ ଆମେରିକା, ବ୍ରିଟେନ, ଋଷ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୩ଟି ଦେଶର ଅନ୍ୟ ନେତାଙ୍କ ତୁଳନାରେ ପିଏମ ମୋଦୀ ଭଲ ସ୍ଥାନରେ ରହିଛନ୍ତି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ତାଙ୍କର ଲୋକପ୍ରିୟତା କିମ୍ବା ଅନୁମୋଦନ ମୂଲ୍ୟାୟନରେ କରୋନାର ଦ୍ୱିତୀୟ ଲହରରେ ହ୍ରାସ ପାଇଛି ।

ଏହା ସତ୍ତ୍ୱେ ସେ ବିଶ୍ୱର ଶୀର୍ଷରେ ରହିଛନ୍ତି । ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ତୁଳନାରେ ପ୍ରଦର୍ଶନ ଭଲ ରହିଛି । ଏହି ଅନୁମୋଦନ ମୂଲ୍ୟାୟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଅଛନ୍ତି, ଯାହାଙ୍କର ଅନୁମୋଦନ ୬୫% ରହିଛି । ତୃତୀୟ ସଂଖ୍ୟା ହେଉଛି ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡୋର, ଯାହାର ରେଟିଂ ୬୩ ପ୍ରତିଶତ ରହିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.