ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ

ଉଦଳା-ଚନ୍ଦ୍ରଶେଖର ପରିଡା
ତା-୧୮-୦୬-୨୦୨୧
ରାଜ୍ୟ ସରକାରଙ୍କ ତରଫରୁ ପାନୀୟ ଜଳ ସମସ୍ତ ଲୋକଙ୍କ ପାଇଁ ଯୋଗାଇ ଦେବାର ସରକାରୀ ଯୋଜନା ରହିଛି।ତାହା ବିଶେଷ କରି ଗାଁରେ ଠିକ ଭାବରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରୁନାହିଁ।ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବା ପାଇଁ ମିଳୁଛି।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ନୂଆଗାଁର ଜଣେ ଯୁବକ ,କପ୍ତିପଦା ଉପଖଣ୍ଡର ଉପ ଜିଲ୍ଲାପାଳ ଅଫିସ ଆଗରେ ଅନଶନରେ ବସି ରହିଥିବାର ସୂଚନା ଆସୁଛି।ଅନଶନରେ ବସିଥିବା ଯୁବକ ଜଣକ ଦୁଷ୍ମନ୍ତ ବେହେରା ଅଟନ୍ତି। ତାଙ୍କର ଅଭିଯୋଗ ହେଉଛି, ତାଙ୍କର ଗାଁରେ ୧୪୦୦ଲୋକ ବସବାସ କରନ୍ତି। ପାଣି ପିଇବାକୁ ମାତ୍ର ଦୁଇଟି ନଳକୂପ ତାଙ୍କର ଗାଁ ରେ ଅଛି।
ଏପର୍ଯ୍ୟନ୍ତ ବହୁତ ଲୋକମାନେ ଚୁଆ ଓ କୂଅ ପାଣି ପିଇବା ଫଳରେ ବହୁତ ଲୋକଙ୍କ ଦେହ ଖରାପ ହେଉଛି। ଆମରଣ ଅନଶନରେ ବସିବା ସହିତ ସେ ଗ୍ରାମ ଜଳ ଯୋଗାଣ ଅଧିକାରୀ , ଉପଖଣ୍ଡ ପୋଲିସ ଅଧିକାରୀ , ବିଧାୟକ ଉଦଳା , ସାଂସଦ ମୟୂରଭଞ୍ଜ , ଜିଲ୍ଲାପାଳ ମୟୂରଭଞ୍ଜ , ମୁଖ୍ୟମନ୍ତ୍ରୀ ଓଡ଼ିଶା ସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇ ଅଛନ୍ତି ।
୧୪୦୦ ଲୋକଙ୍କ ପାନୀୟ ଜଳ ପାଇଁ କପ୍ତିପଦା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିଘ୍ର ପଦକ୍ଷେପ ନେଉଛନ୍ତି ନା ଦିନ ଗଡାଇ ଦେବେ ତାହା ଅତି ଶିଘ୍ର ଜଣା ପଡିବ କାରଣ ଆମରଣ ଅନଶନ ପାଇଁ ସରକାର ଦାୟୀ ରହିବ ବୋଲି ଦାବିରେ ସୂଚନା ଦେଇଛନ୍ତି।
