News portal website
before header
[URIS id=5393]

ଆଜି ଭାରତ-ନ୍ୟୁଜିଲାଣ୍ଡର ଐତିହାସିକ ଟେଷ୍ଟ ଫାଇନାଲ!!

0 195

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୮-୦୬-୨୦୨୧

ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ ରହିଛନ୍ତି ବିରାଟ କୋହଲି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅନେକ ମହତ୍ବପୂର୍ଣ୍ଣ ଶୃଙ୍ଖଳାରେ ଐତିହାସିକ ସଫଳତା ସାଉଣ୍ଟିଥିଲା ଟିମ୍ ଇଣ୍ଡିଆ। ଏବେ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ପ୍ରଥମ ଆଇସିସି ଟ୍ରଫି ଜିତିବାର ସୁଯୋଗ ଭାରତ ହାତରେ ରହିଛି। ଭାରତ ପାଇଁ କିନ୍ତୁ ଅଭ୍ୟାସର ଅଭାବ ଏକ ସମସ୍ୟା ହୋଇପାରେ। କାରଣ ଗତ ମାର୍ଚ୍ଚ ପରଠାରୁ ଭାରତୀୟ ଦଳ ଗୋଟିଏ ହେଲେ ବି ଟେଷ୍ଟ୍ ମ୍ୟାଚ୍ ଖେଳିନି।

ବିନା ଅଭ୍ୟାସ ମ୍ୟାଚ୍ ରେ ଏହି ଚର୍ଚ୍ଚିତ ଫାଇନାଲ୍ ଖେଳିବାକୁ ଯାଉଛି ।ସେପଟେ ଫାଇନାଲ୍ ଦୁର୍ଭାଗ୍ୟ ଦୂର କରିବା ଆଶାରେ ରହିଛି ନ୍ୟୁଜିଲାଣ୍ଡ । ଏହି ସମ୍ମାନଜନକ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତକୁ ମାତ୍ର ତିନି ଦିନ ତଳେ ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନକୁ ଖସାଇ ଦେଇଛି। ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛି। ଦୁଇ ବର୍ଷୀୟା ଅବଧି ବିଶିଷ୍ଟ ଡବ୍ଲ୍ୟୁଟିସିର ପ୍ରଥମ ବିଜେତା ହେବା ଲାଗି କିୱି ଦଳ ମଧ୍ୟ ନିଜ ଦାବିଦାରି ଉପସ୍ଥାପନା କରିଦେଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଇଂଲଣ୍ଡ ଶୃଙ୍ଖଳା ଖେଳି କେନ୍ ୱିଲିୟମସନ୍ ଙ୍କ ଦଳ ଭଲ ପ୍ରସ୍ତୁତି ବି କରିଛି। ଫଳାଫଳ ଯାହା ହେଉନା ଏହି ଲଢ଼େଇ ବେଶ୍ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି।ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ପ୍ଲେଇଙ୍ଗ ଇଲେଭେନ୍ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଉଭୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି।

ମହମ୍ମଦ ଶାମି, ଜସପ୍ରିତ ବୁମ୍ରା ଏବଂ ଇଶାନ୍ତ ଶର୍ମା ଦ୍ରୁତ ବୋଲର ଭାବରେ ଦଳରେ ସାମିଲ ହୋଇଛନ୍ତି । ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଇନିଂସ ଓପନ କରିବେ ଏବଂ ନିର୍ଭରଶୀଳ ଚେତେଶ୍ୱର ପୂଜାରା ତିନି ନମ୍ବରରେ ବ୍ଯାଟିଂ କରିବେ । କ୍ୟାପଟେନ୍ ବିରାଟ କୋହଲି ୪ ନମ୍ବର ଏବଂ ଆଜିଙ୍କ୍ୟ ରାହାଣେ ୫ ନମ୍ବରରେ କ୍ରିଜ୍ କୁ ଆସିବେ। ସେହିପରି ଋଷଭ ପନ୍ତଙ୍କୁ ୱିକେଟ୍ କିପର ଭାବେ ଦଳରେ ସାମିଲ କରାଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.