News portal website
before header
[URIS id=5393]

ବାଦୁଡ଼ିଙ୍କ ଶରୀରରୁ ମିଳିଲା କରୋନା ଭାଇରସ

0 147

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୨-୦୬-୨୦୨୧

କରୋନା ମହାମାରୀ କୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚୀନ ବୈଜ୍ଞାନିକମାନେ ବାଦୁଡ଼ି ମାନଙ୍କ ଶରୀରରୁ ଏକାଧିକ ନୂଆ କରୋନା ଭାଇରସ ଠାବ କରିଥିବା ଦାବି କରିଛନ୍ତି।ଚୀନ ଗବେଷକମାନେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ଚାଇନାରୁ ବାଦୁଡ଼ିଙ୍କ ଶରୀରରୁ ଏହା ଠାବ ହୋଇଛି। ବାଦୁଡ଼ିଙ୍କ ଶରୀରରେ କେତେ ପ୍ରକାରର କରୋନା ଭାଇରସ ରହିଛି ଓ ଏହା ମଧ୍ୟରେ କେଉଁ ଗୁଡ଼ିକ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି, ତାହା ଜାଣିବା ପାଇଁ ଗବେଷଣା କରାଯାଇଥିଲା


ଜର୍ଣ୍ଣାଲ ସେଲରେ ପ୍ରକାଶିତ ରିପୋର୍ଟରେ ଅନୁଯାଇ ଶାନଡଙ୍ଗ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରମାନେ କହିଛନ୍ତି, “ମୋଟ ଉପରେ ଆମେ ବିଭିନ୍ନ ପ୍ରଜାତିର ବାଦୁଡ଼ିଙ୍କ ଠାରୁ ୨୪ ପ୍ରକାରର ନୋଭେଲ କରୋନା ଭାଇରସଗୁଡ଼ିକର ଜେନୋମ ଏକାଠି କରିଥିଲୁ। ଏହା ମଧ୍ୟରେ ସାର୍ସ କୋଭ-୨ ଭଳି ୪ଟି କରୋନା ଭାଇରସ ରହିଥିଲା।ନମୁନା ଗୁଡ଼ିକ ଛୋଟ, ଜଙ୍ଗଲ ମଧ୍ୟରେ ଥିବା ବାଦୁଡ଼ିଙ୍କ ଠାରୁ ୨୦୧୯ ମେ’ ମାସରୁ ୨୦୨୦ ନଭେମ୍ବର ମାସରେ ସଂଗ୍ରହ କରାଯାଇଥିଲା। ବାଦୁଡ଼ିଙ୍କ ମୁତ୍ର ଠାରୁ ଆରମ୍ଭ କରି ମଳ ଓ ମୁହଁରୁ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.