ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୨-୦୬-୨୦୨୧
ସରକାରଙ୍କ ବଡ ନିଷ୍ପତ୍ତି ରେମଡେସିଭିର ଔଷଧ ଉପରୁ କମିଲା ଜିଏସ୍ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେହିପରି ବ୍ଲାକ୍ ଫଙ୍ଗସ୍ ପାଇଁ ବେବହାର ହେଉଥିବା ଦୁଇ ଔଷଧ ଉପରୁ ଟିକସ ସଂପୂର୍ଣ୍ଣ ହଟାଯାଇଛି । ଏଣିକି ଟୋସଲିଜୁମାବ୍, ଆମ୍ଫୋଟେରିସିନ୍-ବି ଉପରୁ ଲାଗିବ ନାହିଁ ଟିକସ । ପୂର୍ବରୁ ଏହି ଦୁଇ ଔଷଧ ଉପରେ ୫% ଜିଏସ୍ଟି ଲାଗୁ ହେଉଥିଲା ବେଳେ କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ବି ଟିକସ ହ୍ରାସ ହୋଇଛି । ପଲ୍ସ ଅକ୍ସିମିଟର ସହ ବିଭିନ୍ନ ବ୍ୟକ୍ତିଗତ ଆମଦାନୀ ଉପରେ ଥିବା ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି ।ସେହିପରି କୋଭିଡ୍ ଟିକା ଉପରେ ଜିଏସ୍ଟି ୫ ପ୍ରତିଶତ ରହିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

