ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର

ତା-୧୨-୦୬-୨୦୨୧
କରୋନା ମହାମାରୀକୁ ମାତ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ନିଶ୍ଳୁକ ଟୀକା ଘୋଷଣା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରୀୟ ସହଯୋଗ ଆବେଦନ ପରେ, ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଚାରି ଲକ୍ଷ ଟୀକା ଆସି ପହଞ୍ଚିଛି।

ବିମାନବନ୍ଦରରେ ପହଞ୍ଚିଛି ଟୀକା
ତନ୍ମଧ୍ଯରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଅଢେଇ ଲକ୍ଷ କୋଭିସିଲଡ ଟୀକା ହୋଇଥିବା ବେଳେ, ରାଜ୍ଯ ସରକାରଙ୍କ ଅର୍ଥରେ ଦେଢ ଲକ୍ଷ କୋଭିସିଲଡ ଟୀକା କ୍ରୟ ହୋଇଥିବା ଜଣାପଡିଛି। ଏହି ଟୀକା ଗୁଡ଼ିକୁ ଖୁବ ଶୀଘ୍ର ରାଜ୍ଯର ବିଭିନ୍ନ ଟୀକା ବିତରଣ କେନ୍ଦ୍ରଙ୍କୁ ପଠାଯିବ ବୋଲି ଜଣାପଡିଛି।
