ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୯-୦୬-୨୦୨୧
କୋଟିପତି ତଥା ଅଭନଥା ଗ୍ରୁପ୍ର ପ୍ରତିଷ୍ଠାତା ଗୌତମ ଥାପର ନାଁରେ ସିବିଆଇ ମାମଲା ରୁଜୁ । ୟେସ ବ୍ୟାଙ୍କକୁ ୪୬୬ କୋଟି ଟଙ୍କାର ହଡ଼ପ ଲଗାଇବା ଘଟଣାରେ ସିବିଆଇ ରେଡ଼ କରିଥିବା ଜଣା ପଡ଼ିଛି । ତଦନ୍ତକାରୀ ସଂସ୍ଥା ଏକା ଥରକେ ୨୦ଟି ସ୍ଥାନରେ ରେଡ୍ କରିଥିବା ସୂଚନା ମିଳିଛି । ଏହି ସ୍ଥାନଗୁଡ଼ିକ ମଧ୍ୟରେ ଗୌତମ ଥାପରଙ୍କ ଘର ଓ ଅଫିସ ମଧ୍ୟ ରହିଥିଲା। ରେଡ୍ ବେଳେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିବା ଜଣାପଡ଼ିଛି।
ଗୌତମ ଥାପର ଓ ଅନ୍ୟ ଅଭିଯୁକ୍ତମାନେ ୟେସ ବ୍ୟାଙ୍କର ଋଣ ନେଇଥିଲେ ବି ଏହାକୁ ଫେରେଇ ନଥିଲେ । ଫଳରେ ବ୍ୟାଙ୍କରେ ଥିବା ସେମାନଙ୍କ ଆକାଉଣ୍ଟଗୁଡ଼ିକ ଏନପିଏ ହୋଇଯାଇଥିଲା। ସେହିପରି ବିଭିନ୍ନ ଆଳରେ ଏହାକୁ ଅନ୍ୟତ୍ର ପଠା ଯାଇଥିଲା। ଏହା ଜଣାପଡ଼ିବା ପରେ ୟେସ ବ୍ୟାଙ୍କ ସିବିଆଇ ନିକଟରେ ଅଭିଯୋଗ କରିଥିଲା। ଅଭିଯୁକ୍ତମାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ଉଦ୍ଦେଶ୍ୟ ରଖି ବିଶ୍ୱାସ ଭାଙ୍ଗିବା ଭଳି ସଙ୍ଗିନୀ ଦଫା ଲଗାଯାଇଥିବା ଜଣା ପଡ଼ିଛି ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

