News portal website
before header
[URIS id=5393]

କାହା ପ୍ରୋତ୍ସାହନରେ ନକଲି ମଦ କାରଖାନା

0 574

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୯-୦୬-୨୦୨୧

ଜଗବନ୍ଧୁ ପ୍ରଧାନ

ସାତ ଦିନ ନ ପୂରୁଣୁ ପୁଣି ନକଲି ମଦ ଜବଦ |ଖୁଣ୍ଟା ଥାନା ଅଂଚଳରେ ଅବକାରୀ ବିଭାଗ ଅଫିସ ପାଖରୁ ଏକ ନକଲି ମଦ କାରଖାନା ଠାବ କରାଯାଇ ମଦ ବୋତଲ ସହ ମଦ ତିଆରି ସରଞ୍ଜାମ ଖୁଣ୍ଟା ପୋଲିସ ଦ୍ୱାରା ଜବତ କରାଯାଇଛି। ଏ ଘଟଣା ଏଇ କିଛି ଦିନ ପୂର୍ବରୁ ସମଗ୍ର ଓଡ଼ିଶାରେ ନକଲି ମଦ କାରଖାନା ଖୁଣ୍ଟାରେ ଠାବ କୁ ନେଇ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ହେବା ପରେ ମୟୁରଭଞ୍ଜରେ ଅବକାରୀ ବିଭାଗର ତତ୍ପରତା ଦେଖିବାକୁ ମିଳିଛି ।

ସେହି ଖୁଣ୍ଟାର ବାଙ୍ଗରା ଅଂଚଳରୁ ସନ୍ତୋଷ କୁମାର ମାହାନ୍ତଙ୍କ ଘରୁ ନକଲି ବିଦେଶୀ ମଦ ଅବକାରୀ ବିଭାଗ ଜବତ କରିଛି । ମୟୁରଭଞ୍ଜ ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀ ଅଶୋକ କୁମାର ସେଠିଙ୍କ ନିର୍ଦ୍ଦେଶ କ୍ରମେ ଖୁଣ୍ଟା ଅବକାରୀ ବିଭାଗର ଏଏସଆଇ ନିରଞ୍ଜନ ସାହୁ, ଏଏସଆଇ ଭବେଶ ଚନ୍ଦ୍ର ନାୟକ, ଏଏସଆଇ ଶ୍ରୀ ଦେବେନ୍ଦ୍ର ପାତ୍ର ଓ ବାରିପଦା ମୋବାଇଲ ଅବକାରୀ କର୍ମଚାରୀଙ୍କ ଚଢ଼ାଉରେ ରୋମ ୧0୨ ବୋତଲ, ହୁଇସ୍କି ୪୯ଟି ଜବତ ହୋଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

୧୫୧ ବୋତଲରେ ୨୭.୧୮0 ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ସନ୍ତୋଷ କୁମାର ମହାନ୍ତଙ୍କ ନାମରେ ୧୩/୨୧ ଅନୁସାରେ ମାମଲା ରୁଜୁ ହୋଇଛି । ଖୁଣ୍ଟାରେ ଯଦି ନକଲି ବିଦେଶୀ ମଦ ବହୁ ପରିମାଣରେ ବିକ୍ରି ହେଉଥାଏ ଆଗାମୀ ଦିନରେ ମଦ ମୃତ୍ୟୁ ଜନିତ ଘଟଣାକୁ ଏଡାଇ ଦିଅ ଯାଇ ନପାରେ ।

ଗାଁ ଗଣ୍ଡାରେ ଲକଡାଉନ ସମୟରେ ଛୋଟ ଛୋଟ ଦୋକାନ ମାନଙ୍କରେ ନକଲି କି ଅସଲି ବିଦେଶୀ ମଦ ବିକ୍ରି ହେଉଛି । ତାହା ଜାଣିବା ମୁସ୍କିଲ ଅଟେ , ତେଣୁ ଉଚ୍ଚ ସ୍ତରୀୟ ଚଢ଼ାଉ କଲେ ଆହୁରି ଅନେକ ନକଲି ବିଦେଶୀ ମଦ ଜବତ ହେବା ସହ, ବିକ୍ରି କରିଥିବା ବ୍ୟକ୍ତି ମାନେ ଗିରଫ ହୋଇ ପାରନ୍ତି ବୋଲି ସାଧାରଣରେ ଦାବି ହେଉଥିବା ଦେଖିବାକୁ ମିଳିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.