News portal website
before header
[URIS id=5393]

ଆକାଶଛୁଆଁ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର

0 508

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୬-୨୦୨୧

ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି। ଗୋଟିଏ ପଟେ କରୋନା କଟକଣା ଲୋକଙ୍କ ରୋଜଗାର ଛଡାଇବା ସହ ଆୟ ଉପରେ ପ୍ରହାର କରିଥିବା ବେଳେ ଅନ୍ୟପଟେ ଦରବୃଦ୍ଧି ଜନତାଙ୍କୁ କଲବଲ୍ କରୁଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲ୍ ଦରରୁ ଏବେ ଲୋକଙ୍କୁ ଆଶ୍ଵସ୍ତି ମିଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।ଗୁଜରାଟ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ହୁ ହୁ ହୋଇ ବଢୁଥିବା ପେଟ୍ରୋଲ-ଡିଜେଲ୍ ଦର କେବେ ହ୍ରାସ ପାଇବ ? ଏହି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏବେ ସରକାରଙ୍କ ଆୟ ବହୁତ ହ୍ରାସ ଘଟିଛି।

ଆର୍ଥିକ ବର୍ଷ ୨୦୨୦-୨୧ରେ ମଧ୍ୟ ରାଜସ୍ଵ କମିବାର ସମ୍ଭାବନା ରହିଛି। ଗୋଟିଏ ପଟେ ରାଜସ୍ଵ କମ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଖର୍ଚ୍ଚ ବଢୁଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ଵାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ବହୁତ ବଢିଛି। ସାମାଜିକ କଲ୍ୟାଣରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ବଢୁଥିବା ଖର୍ଚ୍ଚ ଓ ଆୟକୁ ଦୃଷ୍ଟିରେ ରଖି ପେଟ୍ରୋଲ-ଡିଜେଲ୍ ଦର କମ କରାଯିବାର ଏହା ଉଚିତ୍ ସମୟ ନୁହେଁ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସେ ସ୍ପଷ୍ଟ କହିଛନ୍ତି ଯେ, ଡିଜେଲ୍ ଓ ପେଟ୍ରୋଲ ଦର ବର୍ତ୍ତମାନ କମିବ ନାହିଁ।ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଡିଜେଲ୍ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା। ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୭୦ ଅରବ ଡଲାରରେ ପହଞ୍ଚି ଯାଇଛି। ଏଥିପାଇଁ ଦେଶରେ ତୈଳ ଦର ବୃଦ୍ଧି ଘଟୁଛି।

ଉଲ୍ଲେଖନୀୟ ପେଟ୍ରୋଲ-ଡିଜେଲ୍ ମୂଲ୍ୟକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ ଯେ, ସରକାରଙ୍କୁ କିଛି କରିବା ଉଚିତ୍।ସୂଚନାଯୋଗ୍ୟ, ଜୁନ ୭ ଅର୍ଥାତ ଆଜି ପେଟ୍ରୋଲିମ କମ୍ପାନୀ ଡିଜେଲ୍-ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ୨୬ ରୁ ୨୮ ପଇସା ବଢିଥିବା ବେଳେ ଡିଜେଲ୍ ୨୪ ରୁ ୨୭ ପଇସା ବଢିଛି। ଗୋଟିଏ ଦିନ ପୂର୍ବେ ଅର୍ଥାତ ଗତକାଲି ମଧ୍ୟ ପେଟ୍ରୋଲ ୨୭ ପଇସା ଓ ଡିଜେଲ୍ ୨୯ ପଇସା ବଢିଥିଲା।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.