News portal website
before header
[URIS id=5393]

ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌,୮ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ-ବଜାର

0 1,010

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୭-୦୬-୨୦୨୧

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ବର୍ତ୍ତମାନ ପର୍ଯ୍ୟନ୍ତ ଧିରେ ଧିରେ କମୁଛି । ତଥାପି ପ୍ରତ୍ୟକ ଦିନ ଲକ୍ଷେରୁ ଅଧିକ ପଜିଟିଭ୍‌ ମାମଲା ସାମ୍ନାକୁ ଆସୁଛି । ହେଲେ କିଛି ରାଜ୍ୟରେ ଏବେ ବି ସଂକ୍ରମଣର ମାତ୍ରା କମିନାହିଁ । ଯେଉଁ କାରଣରୁ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଉଛି ।

ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି । ରାଜ୍ୟରେ ୨୦ ଜୁନ୍‌ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି । ଲକ୍‌ଡାଉନ୍‌ରେ କୋହଳ ସମୟ ମଧ୍ୟ ୨ଘଣ୍ଟା ବୃଦ୍ଧି କରାଯାଇଛି । ପୂର୍ବରୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଏହି ସମୟ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଥିଲା ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

୧୧ଜୁନ୍‌ରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଲୋକମାନେ ନିଜ ନିଜ କାମ କରିବା ପାଇଁ ବାହାରକୁ ଯିବାପାଇଁ ଅନୁମତି ଦିଆଯାଇଛି । ଏହାଛଡ଼ା ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲିବାର ସମୟ ନିର୍ଦ୍ଧାରିତ ହୋଇଛି । ଏହା ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୧୭.୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏହାଛଡ଼ା ଆକ୍ଟିଭ୍‌ କେସ୍‌ ସଂଖ୍ୟା ରାଜ୍ୟରେ ଏବେ ୧.୨୩ ଲକ୍ଷ ରହିଛନ୍ତି । ମୋଟ ୧୬.୨ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ପାଖାପାଖି ୧୧,୪୦୦ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ମଧ୍ୟପ୍ରଦେଶ ସରକାର କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.