News portal website
before header
[URIS id=5393]

ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଲେ, ୩୦ ରୁ ୫୦ ଜଣ ଆହାତ

0 465

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୬-୨୦୨୧

ଆଜି ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।ପାକିସ୍ତାନୀ ନ୍ୟୁଜ୍ ତଥ୍ୟାନୁସାରେ,, ସିନ୍ଧର ଡାହରକି ରେଳ ଷ୍ଟେସନ ମଧ୍ୟରେ ମିଲାଟ୍ ଏକ୍ସପ୍ରେସ ଟ୍ରେନ୍ ସହିତ ସାର୍ ସୟଦ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି।

ସାର୍ ସୟଦ ଏକ୍ସପ୍ରେସ ଟ୍ରେନ ମିଲାଟ ଏକ୍ସପ୍ରେସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ରେଳ ଅଧିକାରୀଙ୍କ କହିବାନୁସାରେ, ଟ୍ରାକରେ ପୂର୍ବରୁ ଥିବା ମିଲାଟ ଏକ୍ସପ୍ରେସ ସହିତ ସରଗୋଧା ଯାଉଥିବା ସାର୍ ସୟଦ ଏକ୍ସପ୍ରେସ ମୁହାଁମୁହିଁ ଧକ୍କା ହୋଇଥିଲା।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଟ୍ରେନ୍ ଭିତରେ ଅନେକ ଲୋକ ମଧ୍ୟ ଫସି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି ଜ୍ଝ ଏହା ମଧ୍ୟ କୁହାଯାଉଛି ଯେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିପାରେ ।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଟ୍ରେନ୍ ସେବା ଆରମ୍ଭ ହେବା ପାଇଁ କେତେ ସମୟ ଲାଗିବ ତାହା ସେମାନେ କହିପାରିବେ ନାହିଁ। ଏଠାରେ ଯାଉଥିବା ଅନ୍ୟ ଟ୍ରେନ୍ ଗୁଡିକ ସ୍ଥଗିତ ହୋଇପାରେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.