News portal website
before header
[URIS id=5393]

ଏକ ବର୍ଷ ପରେ ଫିଟୁଛି ଗୁମର “ନିଆଳିରୁ ନିଳାପଦା ଭାୟା କୋଲକାତା “

0 1,223

“ନିଆଳିରୁ ନିଳାପଦା ଭାୟା କୋଲକାତା ” ଘଟଣାର ଫିଟୁଛି ଗୁମର।

Notice

ଯାଜପୁର/ଅଷ୍ଟିନ୍ ନ୍ଯୁଜ

ତା-୦୭-୦୬-୨୦୨୧

ଦୀର୍ଘ ଏକ ବର୍ଷ ପରେ ବଦଳୁଛି ଘଟଣାର ରୂପରେଖ। ବହୁଚର୍ଚ୍ଚିତ ନିଳାପଦା ଅଙ୍ଗନବାଡି କର୍ମୀ ଆତ୍ମହତ୍ଯା ଘଟଣାରେ ବଦଳୁଛି ମୋଡ। ସୂଚନା ଅନୁଯାୟୀ ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ନିଳାପଦା ଗ୍ରାମର ଅଙ୍ଗନବାଡି କର୍ମୀ ପ୍ରିୟଦର୍ଶିନୀ ସିଂହ ୨୦୨୦ ମଇ ମାସ ୨୮ତାରିଖରେ ରଶି ଲଗାଇ ଆତ୍ମହତ୍ଯା କରିଥିବାର ଅଭିଯୋଗ ହୋଇଥିଲା।

ପ୍ରିୟଦର୍ଶିନୀ ବଡଚଣା ବ୍ଲକ ବରପଦା ପଞ୍ଚାୟତ ଅନ୍ତର୍ଗତ ନିଆଳି ଗ୍ରାମର ନାଗାର୍ଜୁନ ଜେନାଙ୍କ ପୁତ୍ର ଦୀପକ ଜେନାଙ୍କୁ ବିବାହ କରିଥିଲେ। ଦୀପକ କଲିକତାରେ ରହି କାମ କରୁଥିବା ବେଳେ ବରପଦା ଗ୍ରାମର ଜୈନିକା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା, ଯାହାକୁ ନେଇ ଜୈନିକା ଯୁବତୀ ଓ ପ୍ରିୟଦର୍ଶିନୀଙ୍କ ମଧ୍ଯରେ ବାରମ୍ବାର ଝଗଡ଼ା ମଧ୍ଯ ହେଉଥିଲା।

ଜୈନିକା ଯୁବତୀ ଜଣକ ଦୀପକଙ୍କୁ କୋର୍ଟ ମ୍ୟାରେଜ କରିଥିଲେ ବୋଲି ବିଭିନ୍ନ ସମୟରେ ଦାବି କରିଆସୁଥିଲେ। ଏ ସବୁର ଚାପଗ୍ରସ୍ତ ହୋଇ ପ୍ରିୟଦର୍ଶିନୀ ଆତ୍ମହତ୍ଯା କରିଥାଇପାରନ୍ତି ବୋଲି ଚର୍ଚ୍ଚା ମଧ୍ଯ ହୁଏ।

ଫାଇଲ ଫଟୋ

ବରୀ ପୋଲିସ ପ୍ରଥମେ ଅପମ୍ରୁତ୍ଯୁ ମାମଲା ରୁଜୁକରି କେସ ଚଳାଇ ଥିଲା, ପରବର୍ତ୍ତୀ ସମୟରେ କେସ ନଂ ୧୧୬/୧୮ ରେ ମାମଲା ରୁଜୁକରି ପ୍ରିୟଦର୍ଶିନୀଙ୍କ ଶାଶୁ ଓ ଶଶୁରଙ୍କ ଅଟକ ରଖିବା ସହ ଯୌତୁକ ସମ୍ପତ୍ତି ସିଜ କରିଥିଲା।

ତେବେ ଏହା ମଧ୍ଯରେ ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ଯ ତଦନ୍ତରେ ଶିଥିଳତା ପଡି ଆସୁଥିଲା।ନାଗାର୍ଜୁନ ଜେନା କେସ ନଂ ୧୪୮/୨୧ ରେ ବାଲିଚନ୍ଦ୍ରପୁର ଥାନାରେ ବର୍ତ୍ତମାନ ପ୍ରିୟଦର୍ଶିନୀଙ୍କ ପରିବାର ବିରୁଦ୍ଧରେ ଏକ ଅଭିଯୋଗ କରିଛନ୍ତି।

ଯାହା ତଦନ୍ତକୁ ବାଟବଣା କରିବାର ଅନୁମାନ କରାଯାଉଛି। ଗତକାଲି ବାଲିଚନ୍ଦ୍ରପୁର ଥାନାର ତଦନ୍ତ ଅଧିକାରୀ ସୁରେନ୍ଦ୍ର ରଥ ନିଆଳି ଆସି ନାଗାର୍ଜୁନ ଜେନାଙ୍କ ପରିବାର ବର୍ଗଙ୍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି। ତେବେ ପ୍ରିୟଦର୍ଶିନୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ପରିବାର ବର୍ଗଙ୍କୁ ନ୍ୟାୟ ମିଳୁଛି କି ନାହିଁ ଦେଖିବାକୁ ବାକିରହିଲା।

Leave A Reply

Your email address will not be published.