News portal website
before header
[URIS id=5393]

ଆଜି ବିଶ୍ଵ ପରିବେଶ ଦିବସ

0 647


କଟକ / ଅଷ୍ଟିନ୍ ନ୍ୟୁଜ

Notice


ତା – ୦୫-୦୬-୨୦୨୧


ଜୁନ ମାସ ୫ ତାରିଖ କୁ ସାରା ବିଶ୍ୱ ରେ, ପରିବେଶ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ଵ ପରିବେଶ ଦିବସ ପାଳନ କରାଯିବ ପଛରେ ଏକ କାରଣ ରହିଛି। ତାହା ହେଉଛି ପରିବେଶ ର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା।

ପ୍ରଥମ ଥର ପାଇଁ ଏହି ଦିବସ ଟିକୁ ୧୯୭୪ ମସିହାରେ ମିଳିତ ଜାତିସଂଘର, ସ୍ପୋକାନେ ଠାରେ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ପ୍ରତିବର୍ଷ ଗୋଟିଏ ଲେଖାଏଁ ଦେଶ ଏହି ବିଶ୍ୱ ପରିବେଶ ଦିବସ କୁ ଉପସ୍ଥାପନ କରିଥାଏ ଏବଂ ଏହା ଗୋଟିଏ ସପ୍ତାହବ୍ୟାପୀ ପାଳନ କରାଯାଇଥାଏ। ପ୍ରଥମ ବିଶ୍ଵ ପରିବେଶ ଦିବସ ର ସ୍ଲୋଗାନ୍ ଥିଲା ‘ଓନ୍ଲି ୱାନ ଆର୍ଥ’ ।

ସେହିପରି ପ୍ରତି ବର୍ଷ ଏହି ଦିବସ ପାଳନ ହେବ ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ବା ଥିମ୍ ଚୟନ କରାଯାଏ। ତେବେ ଚଳିତ ବର୍ଷ ର ଥିମ୍ ଭବରେ ‘ଇକୋସିଷ୍ଟମ ରିଷ୍ଟୋରେସନ୍ ‘ ମନୋନୀତ କରାଯାଇଛି। ତେବେ ୨୦୨୧ ବିଶ୍ଵ ପରିବେଶ ଦିବସ ଉପସ୍ତାପକ ଭବରେ ପାକିସ୍ତାନ କୁ ଦାୟିତ୍ଵ ଦିଆଯାଇଛି।

ପ୍ରତିବର୍ଷ ସାରା ବିଶ୍ୱ ର ଅନ୍ୟ ଅନ୍ୟ ଦେଶ ମାନେ ମିଳିତ ଭାବରେ ଗୋଟିଏ ସମାବେଶ ଆୟୋଜିତ କରନ୍ତି। ମାତ୍ର ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିଜିଟାଲ ମାଧ୍ୟମ ରେ ବିଶ୍ଵ ପରିବେଶ ଦିବସ ପାଳନ କରାଯିବ। କରୋନା ମହାମାରୀ ରେ ବିଶ୍ୱବ୍ୟାପି ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ଏଭଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲକ୍ ଡାଉନ୍ ସାରା ମନୁଷ୍ୟ ସମାଜକୁ ଅତିଷ୍ଟ କରିଥିଲେ ମଧ୍ଯ ଏହାର ସକରାତ୍ମକ ପ୍ରଭାବ ଆମ ପରିବେଶ ଉପରେ ପଡ଼ିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.