News portal website
before header
[URIS id=5393]

ଉନ୍ନତ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଧାରଣାରେ ବସିଲେ ଭଞ୍ଜସେନା

0 215

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୪-୦୬-୨୦୨୧

ମୟୂରଭଞ୍ଜ କୋଭିଡ଼ ଡାକ୍ତରଖାନାର ଉନ୍ନତ ମାନର ରୋଗୀ ସେବା ପାଇଁ ‘ଭଂଜସେନା ‘ ପ୍ରତିଷ୍ଠାତାଙ୍କର ଧାରଣା । ଆଉ ଅଳ୍ପ ସମୟ ପରେ ଧାରଣା ସରିବ ହେଲେ ସରକାରୀ ଅଧିକାରୀ କଣ ପଦକ୍ଷେପ ନେଲେ ତାହା ଜଣା ପଡି ନାହିଁ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଦୁଇ ତିନି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବାଙ୍କୀଶୋଳ କୋଭିଡ଼ ଡାକ୍ତରଖାନା ରେ ଅସହାୟ ରୋଗୀମାନଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ,ରୋଗୀ ମାନେ ଉଲଗ୍ନ ହୋଇ ଏଣେତେଣେ ପଡିବା ଭିଡିଓ କୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା । ଏ ଖବର ଓଡ଼ିଶାର ସବୁସ୍ଥାନକୁ ପହଞ୍ଚି ଭାଇରାଲ ହୋଇ ଥିଲା ।

ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ତରବରିଆ ଭାବରେ ସଜାଡି ଦେଇ ଚିକିତ୍ସାର ଅବହେଳା ବୋଲି ସ୍ୱୀକାର କରିନଥିଲେ । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ‘ ଭଂଜସେନା ‘ର ପ୍ରତିଷ୍ଠାତା କୋଭିଡ଼ ଡ଼ାକ୍ତରଖାନାରେ ତ୍ରୁଟିକୁ ନେଇ ଗୁରୁବାର ସନ୍ଧ୍ୟା ୬ ରୁ ଶୁକ୍ରବାର ସନ୍ଧ୍ୟା ୬ ପର୍ଯ୍ୟନ୍ତ ୨୪ ଘଣ୍ଟା ଅନଶନରେ ବସି ଅଛନ୍ତି ।ତାଙ୍କର ଦାବୀ ଗୁଡିକ ଯଥାର୍ଥତା ଅଛି ।

ବର୍ତ୍ତମାନ କୋଭିଡ଼ ଡାକ୍ତରଖାନାରେ ଅବହେଳା ଦେଖାଉଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ , ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା , ପରିବାର ଲୋକଙ୍କୁ ସତ୍ୟ ତଥ୍ୟ ପ୍ରଦାନ ଓ ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ଦାବୀ ରଖି ଅଛନ୍ତି । ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଡାକ୍ତରୀ ଦଳ ତାଙ୍କ ବାସଭବନ ଆଗରେ ଥିବା ଧାରଣା ସ୍ଥାନକୁ ଯାଇଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.