ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୩-୦୬-୨୦୨୧
କରୋନା ଟିକାକରଣ ଅଭିଯାନରେ ସମସ୍ତ ଶ୍ରେଣୀର ଲୋକ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯେଉଁଠାରେ କରୋନା ଟିକା ନେବାକୁ ଲୋକମାନେ ଭୟଭୀତ ହେଉଛନ୍ତି । ତେଣୁ ବିଭିନ୍ନ ସ୍ଥାନରେ ଟିକାକରଣକୁ ପ୍ରୋତ୍ସାହନ ଦିଆଯାଉଛି ।

ସେହିପରି ଚେନ୍ନାଇର ମତ୍ସ୍ୟଜୀବୀମାନଙ୍କ ଗୋଟିଏ ଗାଁରେ ଲୋକଙ୍କୁ ଟୀକାକରଣ ପାଇଁ ଉତ୍ସାହିତ କରିବା ପାଇଁ ବିରିୟାନୀ ଏବଂ ମାଗଣାରେ ଉପହାର ଦେବା ପାଇଁ ଏକ ଯୋଜନା କରାଯାଇଛି । ତେବେ ଏହି ସ୍କିମ ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରୁଥିବା କୁହାଯାଉଛି । ଏବଂ ଗାଁରେ ଦିଆଯାଉଥିବା ଟୀକାକରଣ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି ।

ତେବେ ଏହି ଗାଁରେ ଜନସଂଖ୍ୟା ୧୪,୩୦୦ ରହିଥିବା ବେଳେ ୬,୪୦୦ଜଣ ୧୮ ବର୍ଷରୁ ଅଧିକ ବୟସ୍କ ଅଛନ୍ତି । ଏସଟିଏସ ଫାଉଣ୍ଡେସନ ଚଳାଉଥିବା ବ୍ୟକ୍ତିଙ୍କ ଅନୁଯାୟୀ, ଦୁଇ ମାସ ମଧ୍ୟରେ ଏଠାରେ କେବଳ ୫୮ଜଣଙ୍କୁ ଟିକା ଦିଆଯାଇଛି । ଏଭଳି ପରିସ୍ଥିତିରେ, ବିଭିନ୍ନ ଫାଉଣ୍ଡେସନର ବ୍ୟକ୍ତିମାନେ ଏକତ୍ରିତ ହୋଇ ଏଭଳି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଯେଉଁଥିରେ ଅଧିକରୁ ଅଧିକ ଲୋକେ ଟିକାକରଣରେ ସାମିଲ ହେବେ ।ଏସଏନ ରାମଦାସ ଫାଉଣ୍ଡେସନ, ଏସଟିଏସ ଫାଉଣ୍ଡେସନ ଏବଂ ଚିରାଜ ଟ୍ରଷ୍ଟର ସ୍ବେଚ୍ଛାସେବୀମାନେ ଏକତ୍ରିତ ହୋଇ ଟୀକାକରଣକୁ ପ୍ରୋତ୍ସାହନ ଦେବାକୁ ମାଗଣାରେ ଖାଦ୍ୟ ଯୋଗାଇ ଲୋକଙ୍କୁ ଆକର୍ଷିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏସଟିଏସ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସୁନ୍ଦର କହିଛନ୍ତି ଯେ, “ଗତ ତିନି ଦିନ ମଧ୍ୟରେ ଆମେ ୩୪୫ ଜଣଙ୍କୁ ଟିକାକରଣ କରିଛୁ ଏବଂ ଏହି ଯୋଜନା ମାଧ୍ୟମରେ ଅନେକ ଲୋକ ଆକର୍ଷିତ ହୋଇଛନ୍ତି । ସେମାନେ ବିରିୟାନୀ ଏବଂ ଉପହାର ପାଇଁ ଟିକା ପାଇବାକୁ ଆଗେଇ ଆସୁଛନ୍ତି।”
କେବଳ ସେତିକି ନୁହେଁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସ୍ୱେଚ୍ଛାସେବୀ ଦଳ ସାପ୍ତାହିକ ଭାଗ୍ୟଶାଳୀ ପ୍ରତିଯୋଗୀଙ୍କ ନାଁ ଘୋଷଣା କରୁଛନ୍ତି ଯେଉଁଥିରେ ଉକ୍ତ ବ୍ୟକ୍ତିଙ୍କୁ ଗ୍ରାଇଣ୍ଡର୍ ଏବଂ ସୁନା ମୁଦ୍ରା ପରି ମାଗଣା ଉପହାର ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଏହାସହ ଏକ ବମ୍ପର ଉପହାର ମଧ୍ୟ ରହିଛି ଯେଉଁଠାରେ ବିଜେତାମାନଙ୍କୁ ରେଫ୍ରିଜରେଟର, ୱାସିଂ ମେସିନ୍ ଏବଂ ଏକ ସ୍କୁଟର ସହିତ ପୁରସ୍କାର ଆକାରରେ ଦିଆଯିବାର ବ୍ୟବସ୍ଥା ରହିଛି ।ଫାଉଣ୍ଡେସନର କହିବା ଅନୁସାରେ ଏଭଳି ଯୋଜନା କରିବା ଦ୍ୱାରା ଅଧିକ ଲୋକ ଆକର୍ଷିତ ହେବା ସହ ଟୀକାକରଣ ପାଇଁ ଆଗକୁ ଆସୁଛନ୍ତି । ଏହିମାଧ୍ୟମରେ ସେମାନେ ଗାଁର ୧୦୦ପ୍ରତିଶତ ଲୋକଙ୍କୁ ଏହି ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
