News portal website
before header
[URIS id=5393]

ବୁଲା ପ୍ରାଣୀଙ୍କ ପାଇଁ ପୁଣି ୬୭.୫୨ ଲକ୍ଷ

0 412

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୩-୦୬-୨୦୨୧

ତୃତୀୟ ପର୍ଯ୍ୟାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି । ଅସହାୟ ଭାବେ ବୁଲୁଥିବା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଖର୍ଚ୍ଚ ହେବ ।

ଭୁବନେଶ୍ୱରରେ ଦିନକୁ ୨୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪ ମ୍ୟୁନିସିପାଲ କର୍ପୋରୋସନ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ ।୪୮ଟି ମ୍ୟୁନିସିପାଲିଟି ଦିନକକୁ ୫ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ୬୧ଟି ଏନଏସି ଦିନକୁ ୨ହଜାର ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଏବାଦରେ କୋଟିଏ ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଛି ।ପୂର୍ବରୁ ସିଏମସିକୁ ୨୬କୋଟି ୭୧ଲକ୍ଷ ୧୯ହଜାର ୧୪୪ ଟଙ୍କା ପ୍ରଦାନ କରାଯାଇଥିଲା । କେବଳ କଟକ ମହାନଗର ନିଗମକୁ ଏଯାଏ ମୋଟ୍ ୪୧କୋଟି ୭୧ ଲକ୍ଷ ୧୯ହଜାର ୧୪୪ ଟଙ୍କା ମିଳିଛି ।

ରାଜ୍ୟ ସରକାର ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବୁଲା ଗାଇ ଏବଂ କୁକୁରଙ୍କ ଖାଇବା ପାଇଁ ଅର୍ଥ ମଞ୍ଜୁର କରିଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଚିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.