କଟକ/ଅଷ୍ଟିନ୍ ନ୍ୟୁଜ

ତା – ୨-୦୬-୨୦୨୧
ବଢୁଥିବା କରୋନା ସଂକ୍ରମଣ କୁ ନଜରରେ ରଖି ସି. ବି. ଏସ୍. ଇ. ଦ୍ଵାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା କୁ ବାତିଲ କରାଯାଇଛି। ଛାତ୍ରଛାତ୍ରୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରି ନରେନ୍ଦ୍ର ମୋଦୀ କହିଛନ୍ତି।
ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଥିଲେ ଏବଂ ଏହି ବୈଠକ ସମାପ୍ତ ହେବା ପରେ, ସିବିଏସଇ ଓ ଆଇଏସସି ବୋର୍ଡ଼ ପରୀକ୍ଷା କୁ ବାତିଲ କରାଯାଇଛି ବୋଲି ସେ ଘୋଷଣ କରିଥିଲେ। କରୋନା ମହାମାରୀ ଓ ପରୀକ୍ଷା କୁ ନେଇ ଛାତ୍ରଛାତ୍ରୀ ଶିକ୍ଷକ ଓ ଙ୍କ ମନରେ ସୃଷ୍ଠି ହେଉଥିବା ଦ୍ୱନ୍ଦ କୁ ସମାପ୍ତ କରିବା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ଏକ ଜଟିଳ ସ୍ଥିତିରେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ ନକରାଯିବା ଉଚିତ୍।
ତେବେ ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ସେମାନେ ପୂର୍ବ ବର୍ଷ ଭଳି ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇପାରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା।

ଏହି ନିଷ୍ପତ୍ତି କୁ ସହମତି ଜାଣଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରି ଅରବିନ୍ଦ୍ କେଜ୍ରିଵାଲ୍ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ବଡ ଆଶ୍ୱସ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
