News portal website
before header
[URIS id=5393]

ମିଶନ କମିଶନର ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନ,ମନ୍ତ୍ରୀ ଦାୟିତ୍ୱରେ ଟୁକୁନି ସାହୁ।

0 2,382

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜଦ ସରକାରକୁ ମିଶନ ଶକ୍ତି ସଫଳତା ଆଣି ଦେବ ଏଥିରେ ଦ୍ବିମତ ନାହିଁ।

Notice

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର

ତା-୦୨-୦୬-୨୦୨୧

ବଦଳୁଛି ‘ମିଶନ ଶକ୍ତି’ ବିଭାଗ।ଆସୁଛି ସଂସ୍କାର। ମିଶନ ଶକ୍ତି ବିଭାଗ ଗତକାଲି ଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି। ବିଭାଗ ପୃଥକୀକରଣକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ଲୋକସେବା ଭବନରେ କାର୍ଯ୍ୟ କରିବ ନୂଆ ମିଶନ ଶକ୍ତି ବିଭାଗ। ମିଶନ ଶକ୍ତି ଓଡ଼ିଶା ଜୀବିକା ମିଶନ ନୂଆ ବିଭାଗ ଅଧୀନରେ କାର୍ଯ୍ୟ କରିବ। ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ଅଫିସ ମଧ୍ୟ ବିଭାଗ ଅଧୀନକୁ ଆସିବ। ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ, ଭିତ୍ତିଭୂମି ନୂଆ ବିଭାଗରେ ରହିବ।

ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ସୁଜାତା ଆର କାର୍ତ୍ତିକେୟନଙ୍କୁ ନିଯୁକ୍ତ କରାଯାଇଛି। ଟୁକୁନି ସାହୁ ନୂଆ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ। ଆସନ୍ତା ଆର୍ଥିକ ବର୍ଷରୁ ନୂଆ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ ହେବ।

ଏଭଳି ପଦକ୍ଷେପ ନେବା ଦ୍ବାରା ଆଗାମୀ ଦିନରେ ମିଶନ ଶକ୍ତି ମଜବୁତ ହେବା ସହ ନବୀନଙ୍କ ଭୋଟ ବ୍ଯାଙ୍କ ବଢିବ ବୋଲି ଦାବି କରାଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନବୀନଙ୍କ ମାଷ୍ଟର ପ୍ଲାନ ପୁଣି ବିଜଦ ସରକାରକୁ ସଫଳତା ଆଣି ଦେବ ଏଥିରେ ଦ୍ବିମତ ନାହିଁ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.