News portal website
before header
[URIS id=5393]

କାହିଁକି ମଲେ ଯୁବତୀ?

0 346

ଯୁବତୀ ଜଣଙ୍କ ଆତ୍ମହତ୍ଯା କରିଥିବା ଗ୍ରାମବାସୀ କହୁଥିବା ବେଳେ ପରିବାର ପକ୍ଷରୁ ଜ୍ୱର ଏବଂ ବ୍ରେନ୍ ଷ୍ଟ୍ରୋକରେ ମୃତ ହୋଇଛି ବୋଲି କୁହାଯାଉଅଛି। ଏମିତି କହିବାର କାରଣ କ’ଣ ହୋଇପାରେ?

Notice

ଅଷ୍ଟିନ ନ୍ୟୁଜ୍/ଯାଜପୁର

୦୧/୦୬/୨୦୨୧

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ଗ୍ରାମର ମୃତ ଅରୁଣ ଜେନା ଝିଅ ଉପାସନା ଜେନା (୨୫) ଓରଫ (ଅମି)ଗତ ୨ଦିନ ତଳୁ ପଙ୍ଖାରେ ଓଢ଼ଣୀ ଲଗାଇ ଆତ୍ମହତ୍ଯା କରିଥିବାନେଇ ଚର୍ଚ୍ଚା ହେଉଥିଲା । ପରେ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଶବଟିକୁ ନିକଟସ୍ଥ ସ୍ଥାନରେ ଗାତ ଖୋଳି ପୋତି ଦେଇଥିଲେ । ଏହାକୁ ନେଇ ପୂର୍ବରୁ ପୋଲିସକୁ କୌଣସି ସୂଚନା ଦେଇନଥିଲେ ।

ପରେ ପୋଲିସ ଜାଣିପାରି ନିଜ ଆଡୁ ଗତକାଲି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।ଆଜି ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ରହି ପୋତା ଯାଇଥିବା ସ୍ଥାନକୁ ଜେସିବି ସାହାର୍ଯ୍ୟରେ ଖୋଳିଥିଲେ। ଶବକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛନ୍ତି।ଯୁବତୀ ଜଣଙ୍କ ଜଣେ ଭଲ ପିଲା ହିସାବରେ ଜଣାଶୁଣା ଥିବା ବେଳେ ଏଭଳି କାହିଁକି କଲେ ତାହାକୁ ନେଇ ଉଠୁଅଛି ବଡ ପ୍ରଶ୍ନ?

ଅନ୍ୟ ପଟରେ ଯୁବତୀ ଜଣଙ୍କ ଆତ୍ମହତ୍ଯା କରିଥିବା ଗ୍ରାମବାସୀ କହୁଥିବା ବେଳେ ପରିବାର ପକ୍ଷରୁ ଜ୍ୱର ଏବଂ ବ୍ରେନ୍ ଷ୍ଟ୍ରୋକରେ ମୃତ ହୋଇଛି ବୋଲି କୁହାଯାଉଅଛି। ଏମିତି କହିବାର କାରଣ କ’ଣ ହୋଇପାରେ?

ମାନସିକ ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କିଛି ଗ୍ରାମବାସୀ ମତ ଦେଇଛନ୍ତି ।ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି କି?ପୋଲିସ ପକ୍ଷରୁ ସଠିକ୍ ତଦନ୍ତ ହେଲେ ପଦାକୁ ଆସିବ ବୋଲି କୁହାଯାଉଅଛି। ଆଜିର ଶବ ଉଦ୍ଧାର ସମୟରେ ବହୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.