କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧-୦୬-୨୦୨୧
କରୋନା ର ଶକ୍ତ ଝଟକା ରେ ଭୁଶୁଡ଼ି ପଡ଼ିଛି ଜାତୀୟ ଅର୍ଥନୀତି। ଯାହା ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧିରେ ରେକର୍ଡ ହ୍ରାସ ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ରେ ଅଭିବୃଦ୍ଧି ସଙ୍କୁଚିତ ହୋଇ -୭.୩% ରହିଛି। ବିଗତ ୪୦ ବର୍ଷ ରେ ଏହା ହେଉଛି ଅର୍ଥନୀତିର ସବୁଠାରୁ ଶୋଚନୀୟ ଓ ଦୟନୀୟ ପ୍ରଦର୍ଶନ। ଗତ ବର୍ଷ ମହାମାରୀ ମୁକାବିଲା ପାଇଁ ଘୋଷାଣ ହୋଇଥିବା ଲକ୍ ଡାଉନ୍ ଅର୍ଥନୀତି ପାଇଁ ଅଭିଶାପ ସାବ୍ୟସ୍ତ ହୋଇଛି। ଚିନ୍ତା ର ବିଷୟ ହେଉଛି ଯେ ଚଳିତ ବର୍ଷ ଜାନୁଆରୀ ରୁ ମାର୍ଚ୍ଚ ମାସ ଯାଏଁ ପ୍ରତିଟି କ୍ଷେତ୍ର ଖୋଳାଇଥିଲେ ମଧ୍ୟ ଅଭିବୃଦ୍ଧି ମାତ୍ର ୧.୬% ରହିଛି। ଦେଶର ଅର୍ଥନୀତି ଗୋଟିଏ ଅନ୍ଧାର ଗୋହିରି ଆଡକୁ ଗତି କରୁଥିବାର ଆଜି ଆଭାସ ମିଳିଛି।

ଦେଶର ଜି. ଡି. ପି ରେ ୧୦ ଲକ୍ଷ୍ୟ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଆଜି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସି. ଏସ୍. ଓ) ଜାରି କରିଥିବା ତଥ୍ୟରୁ ଜଣା ପଡିଛି। ୨୦୧୯-୨୦ ରେ ମୋଟ ଘରୋଇ ଉତ୍ପାଦ ୧୪୫.୬୯ ଲକ୍ଷ୍ୟ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ରେ ତାହା ୧୩୫.୧୩ ଲକ୍ଷ କୁ ହ୍ରାସ ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ସାରା ଭାରତରେ ଅଭିବୃଦ୍ଧି ୪% ରେକର୍ଡ ହୋଇଥିବାବେଳେ, ୨୦୨୧ ରେ ତାହା ବିଯୁକ୍ତ ୭.୩% ହୋଇଛି।

୨୦୨୦-୨୧ ୪ରେ ଏକାପତ୍ର କ୍ଷେତ୍ର ହେଉଛି କୃଷି ଯାହା ୩.୬% ର ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିବାରେ ସକ୍ଷମ ହୋଇଛି। ବିଦ୍ୟୁତ୍ ଉତ୍ପାଦନ ରେ ମଧ୍ୟ ୧.୯% ବୃଦ୍ଧି ହୋଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
