News portal website
before header
[URIS id=5393]

ଚୀନ୍ ରେ ୩ ସନ୍ତାନ ପାଇଁ ଅନୁମତି

0 164

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୧-୦୬-୨୦୨୧

ଚୀନ୍‌ରେ ବୃଦ୍ଧ ଲୋକଙ୍କ ସଂଖ୍ୟା ବଢୁଛି। ଖସୁଛି ଜନ୍ମ ହାର । ଏଭଳି ହେଲେ ଦେଶକୁ ବଡ଼ କ୍ଷତିର ସାମ୍ନା କରିବାକୁ ପଡ଼ିବ। ବିଶେଷକରି ଏହାର ବିଶାଳ ବିନିର୍ମାଣ ଶିଳ୍ପ ପାଇଁ ଶ୍ରମଶକ୍ତିର ଘୋର ଅଭାବ ପରିଲକ୍ଷିତ ହେବ । ଘରୋଇ ଅର୍ଥନୀତି ରସାତଳଗାମୀ ହେବ । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଏକ ଐତିହାସିକ ନିଷ୍ପତି ନେଇଛନ୍ତି ।

ନିଷ୍ପତି ସ୍ୱରୂପ ଦେଶର ଦମ୍ପତିମାନେ ଏଣିକି ୩ଟି ଲେଖାଏଁ ସନ୍ତାନ ଜନ୍ମ କରିପାରିବେ । ଏ ବାବଦରେ ୨୦୧୬ରୁ ଲାଗୁ ହୋଇଥିବା ନିୟମକୁ ସରକାର ସମ୍ପୂର୍ଣ୍ଣ ହଟାଇ ଦେଇଛନ୍ତି । ଚୀନ୍ ଗଣମାଧ୍ୟମ ରିପୋର୍ଟ ମୁତାବକ କିନ୍‌ପିଙ୍ଗ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଲିଟ୍ ବ୍ୟୁରୋ ବୈଠକରେ ଏହି ଐତିହାସିକ ନିଷ୍ପତି ନିଆଯାଇଛି । ହେଲେ ସେଠାକାର ଲୋକମାନେ ୧ରୁ ଅଧିକ ପିଲା ଜନ୍ମ କରିବା ସପକ୍ଷରେ ଆଦୌ ନ ଥିବା ଜାଣିବାକୁ ମିଳିଛି । ତେଣୁ ସରକାରଙ୍କ ଏହି ସଦ୍ୟ ନିଷ୍ପତି ଦ୍ଵାରା ଦେଶର ଜନସଂଖ୍ୟା ବଢ଼ିବା ସମ୍ଭାବନା କମ୍‌ ବୋଲି କୁହାଯାଉଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଦୀର୍ଘ ଦଶନ୍ଧି ଧରି ଚୀନରେ ଗୋଟିଏ ପିଲା ଜନ୍ମ ନୀତି ଲାଗୁ ହୋଇଆସୁଥିଲା। ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା କିନ୍ତୁ ଏହି ନିଷ୍ପତ୍ତି ଯୋଗୁ ଦେଶର ଯୁବ ବର୍ଗ ଲୋକ ସଂଖ୍ୟା କମିବାକୁ ଲାଗିଥିଲା ଏବଂ ବରିଷ୍ଠ ନାଗରିକ ସଂଖ୍ୟା ଆଶାତୀତ ବଢ଼ିଥିଲା। ଫଳରେ ୨୦୧୬ରେ ଏହି ନୀତିକୁ ଅନୁମତି । କିନ୍ତୁ ଏହା ବି ନିଷ୍ଫଳ ପ୍ରମାଣିତ ହୋଇଛି।

୨୦୧୦ର ଜନଗଣନା ପରଠାରୁ ଦେଶର ଜନସଂଖ୍ୟା ୭.୨କୋଟି ବଢିଛି, ଯଦ୍ଧା ୫.୮୮% ବୃଦ୍ଧି । କିନ୍ତୁ ହରାହାରି ବାର୍ଷିକ ଅଭିବୃଦ୍ଧି ହାର ମାତ୍ର ୦, ୫୩ । ଚାଳ ଲୋକସଂଖ୍ୟାର ୨୦୧୯ ବନ୍ଦ କରାଯାଇଥିଲା । ଦୁଇଟି ପିଲା ଜନ୍ମ ପାଇଁ ଦିଆଯାଇଥିଲା । ତୁଳନରେ ମାତ୍ର ୭,୫୩% ବଢ଼ି ୧୪୧,୧୭୮ କୋଟି ହୋଇଛି । ୨୦୧୦ରେ ଦେଶର ଜନସଂଖ୍ୟା ୧୩୪ ସେଟି ଥିଲା । କିନ୍ତୁ ୨୦୨୨ ଆରମ୍ଭ ବେଳକୁ ଏହା ଖସିବ ବୋଲି ଆଶଙ୍କା କରାଯାଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.