ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୧-୦୬-୨୦୨୧
ଚଳିତବର୍ଷ ସିବିଏସ୍ଇ-ଆଇସିଏସ୍ଇ ଦ୍ବାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଗାମୀ ୨ ଦିନ ମଧ୍ୟରେ ନିଷ୍ପଭି ନିଆଯାଇପାରେ। କେନ୍ଦ୍ର ସରକାର ଗୁରୁବାର ଏ ସମ୍ପର୍କିତ ଯୋଜନା ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ । ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏ ଏମ୍ ଖାନୱିଲକର ଓ ଜଷ୍ଟିସ୍ ଦୀନେଶ ମାହେଶ୍ଵରୀଙ୍କ ଖଣ୍ଡପୀଠ ଭର୍ଦୁଆଲ ଶୁଣାଣି କରିଥିଲେ ।

ସେହି ସମୟରେ ଜେନେରାଲ କେ କେ ବେଣୁଗୋପାଳ କହିଥିଲେ, କେନ୍ଦ୍ର ସରକାର ଆଗାମୀ ୨ ଦିନ ମଧ୍ୟରେ ସିବିଏସ୍ଇ ଆଇସିଏସ୍ଇ ବୋର୍ଡ ପରୀକ୍ଷା କରାଯିବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ଏହାପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ଦିନ ସମୟ ଦେଇଥିଲେ।
ତେବେ କେନ୍ଦ୍ର ସରକାର ଯେଉଁ ନିର୍ଣ୍ଣୟ ନେବେ ତା’ ପଛରେ ଉପଯୁକ୍ତ ଯୁକ୍ତି ଦର୍ଶାଇବାକୁ ହେବ ବୋଲି କହିଥିଲେ। ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଜୁନ୍ ୧ ତାରିଖରେ ସିବିଏସ୍ ସହ ବୈଠକ କରିବାର ଅଛି। ସେହି ବୈଠକରେ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି।

ସୂଚନାଥାଉ କି, ଏହା ପୂର୍ବରୁ ମେ ୨୫ ତାରିଖରେ ସିବିଏସ୍ଇର ଦ୍ବାଦଶ ଶ୍ରେଣୀର ୩୦୦ ଛାତ୍ରଛାତ୍ରୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ ଭି ରମନ୍ନାଙ୍କୁ ଚିଠି ଲେଖି ପରୀକ୍ଷା କରିବା ଲାଗି ସିବିଏସ୍ଇର ସିଦ୍ଧାନ୍ତକୁ ରଦ୍ଦ କରିବା ଓ ଏଥିପାଇଁ ମୂଲ୍ୟାଙ୍କନକୁ ବୈକଳ୍ପିକ ପନ୍ଥା ଭାବେ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଜୁନ୍ ୩ରେ ହେବ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
