ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୮-୦୫-୨୦୨୧
ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକା କରଣ କାର୍ଯ୍ୟକ୍ରମ ଆହୁରି ଅଧିକ ତ୍ୱରାନ୍ୱିତ ହେବ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ସଫଳତା ଦିଗରେ ଆଗେଇ ନେବ। ଏବେ ଆମ ପାଖରେ ଚାରୋଟି ଭ୍ୟାକ୍ସିନ ଉପଲବ୍ଧ ରହିଛି। ଯାହା ଦ୍ୱାରା ଆମେ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରିପାରିବୁ। ସରକାରଙ୍କ ବିଶ୍ୱାସ ରହିଛି ଯେ, ଏହି ସିଙ୍ଗିଲ ସଟ୍ ଟିକା ଦ୍ୱାରା ଆଗାମୀ ଦିନରେ ଟିକାକରଣକୁ ଏକ ବଡ଼ ଫାଇଦା ମିଳିବ। । ଏହି ସଙ୍ଗିଲ ସଟ୍ ଟିକା କରୋନା ବିରୋଧରେ ବେଶ ପ୍ରଭାବଶାଳି ହେବ।
ଆଣ୍ଡ ଜନସନ୍ ଫାର୍ମା କମ୍ପାନୀକୁ ବ୍ରିଟେନ ସରକାର ଏହି ସଙ୍ଗିଲ୍ ସଟ୍ ଟିକାର ୨ କୋଟି ଡୋଜ ପ୍ରସ୍ତୁତ କରିବା ପାଇଁ ଅର୍ଡର ଦେଇଛନ୍ତି । ଆମେରିକାରେ ହୋଇଥିବା ପରୀକ୍ଷଣରେ ଜନସନ ଆଣ୍ଡ ଜନସନର ଏହି ଟିକା ସାମାନ୍ୟ ଏବଂ ଗୁରୁତର କରୋନା ସଂକ୍ରମଣକୁ ରୋକିବାରେ ୭୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଥିଲା । ବ୍ରିଟେନ ଏପର୍ଯ୍ୟନ୍ତ ୬.୨ କୋଟି ଡୋଜ ଟିକାକରଣ କରିସାରିଛି । ଅଧିକାଂଶ ଡୋଜ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ବୋଲି ଜଣାପଡ଼ିଛି ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
https://twitter.com/AustinNewsMedia

