News portal website
before header
[URIS id=5393]

ଜୁନ ୧ରୁ ପାଠପଢା ଆରମ୍ଭ, ସରକାରଙ୍କ ନିଷ୍ପତ୍ତି।

0 593

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୯-୦୫-୨୦୨୧

ପାଠପଢ଼ା ଆରମ୍ଭ ହେବ। ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ।

ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି। ରାଜ୍ୟରେ କରୋନା ମହାମାରୀ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ , ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ତେବେ ଉଚ୍ଚଶିକ୍ଷା ସଚିବ ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ।୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ।

ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେବି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ସାପ୍ତାହିକ ସଟଡାଉନ୍ ମଧ୍ୟ ବଳବତ୍ତର ରହିଛି। କିନ୍ତୁ ଏହା ସତ୍ତ୍ବେ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ସୂଚନାଯୋଗ୍ୟ, କରୋନାର ପ୍ରଥମ ଲହର ପରେ ରାଜ୍ୟରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିଥିଲା । କୋଭିଡ୍ ଗାଇଡଲାଇନରେ ବିଶ୍ୱ ବିଦ୍ୟାଳୟ ଖୋଲିଥିଲେ ବି ଅଫଲାଇନ୍ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ । ତେବେ କରୋନା ସ୍ଥିତି ବିଗିଡିବା ପରେ ବିଶ୍ୱ ବିଦ୍ୟାଳୟରେ ଅଫଲାଇନ୍ ପାଠପଢା ବନ୍ଦ କରାଯାଇଥିଲା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.