ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୮-୦୫-୨୦୨୧
କରୋନାର ଭୟାବହତା ଜାଣିବା ପରେ ମଧ୍ୟ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିକଟରେ ଭାରତର ଉତ୍ତର ପ୍ରଦେଶରେ ଏକ ଡାକ୍ତରୀ ଦଳ ଟୀକାକରଣ ପାଇଁ ଏକ ଗାଁରେ ପହଞ୍ଚିବା ମାତ୍ରେ ସମସ୍ତ ଗାଁ ଲୋକ ନଦୀକୁ ଡେଇଁପଡିଥିଲେ ।
ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ ପାଲିଥିଲା । ଏଭଳି ପରିସ୍ଥିତିରେ ଏମିତି ମଧ୍ୟ ଏକ ସ୍ଥାନ ଅଛି ଯେଉଁଠାରେ ଟିକା ନେଉଥିବା ଲୋକଙ୍କ ପାଇଁ ଲଟେରୀ ମଧ୍ୟ ଉଠିବା ଆରମ୍ଭ ହୋଇଛି । ପ୍ରକୃତରେ କରୋନା ସମୟରେ ଲୋକଙ୍କୁ ଅଧିକ ସଚେତନତା କରିବା ଏବଂ କରୋନା ଟିକା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି ।

ଟିକାକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମେରିକାର ଓହିୟୋରେ ଲଟେରୀ ସିଷ୍ଟମ ମାଧ୍ୟମରେ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଓହିୟୋର ଗଭର୍ଣ୍ଣର ମାଇକ ଡେଭିନ୍ ଏହାକୁ ଲଞ୍ଚ କରିଛନ୍ତି। ଏହି ଘୋଷଣା ଅନୁସାରେ ଯିଏ ଟିକା ନେବ ସେ ହିଁ ଏହି ଲଟେରୀରେ ଭାଗ ନେଇପାରିବ ।
‘ଦି ଗାର୍ଡୟନ୍’ର ଏକ ରିପୋର୍ଟ ଅନୁଯାୟୀ, ଲଟେରୀ ଜିତିଥିବା ସମସ୍ତ ଲୋକଙ୍କୁ ୧୦ଲକ୍ଷ ଡଲାର୍ ( ପ୍ରାୟ ୭.୨ କୋଟି ଟଙ୍କା ) ଦିଆଯିବ। ଯହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ମାଇକ୍ ଡେଭିନ କହିଛନ୍ତି ଯେ, ପ୍ରଥମ ସପ୍ତାହରେ ଭିନ୍ନ ଭିନ୍ନ ବିଜେତା ଘୋଷିତ ହୋଇଛନ୍ତି ।ଏକ ସାମ୍ବାଦିକ ସମ୍ମିଳନୀରେ ମାଇକ୍ ଡେଭିନ କହିଛନ୍ତି ଯେ, ଲଟେରୀରେ ଭାଗ ନେବା ପାଇଁ ଦୁଇଟି ବର୍ଗ ବା ଶ୍ରେଣୀ କରାଯାଇଛି ।
ପ୍ରଥମରେ ବ୍ୟକ୍ତିର ବୟସ ୧୮ବର୍ଷରୁ ଅଧିକ ହେବା ଆବଶ୍ୟକ ଏବଂ ସେମାନେ ଓହିୟୋର ମୂଳ ବାସିନ୍ଦା ହେବା ଆବଶ୍ୟକ । ଯେତେବେଳେ କି ୧୨ ରୁ ୧୭ ବର୍ଷର ଯୁବପିଢିଙ୍କ ପାଇଁ ଏକ ଅଲଗା ଲଟେରୀ ବ୍ୟବସ୍ଥା ରଖାଯାଇଛି ।ଦ୍ୱିତୀୟ ବର୍ଗର ଲୋକଙ୍କ ପାଇଁ କୌଣସି ନଗଦ ପୁରସ୍କାର ନାହିଁ, ଯେଉଁଥିରେ ୧୨ ରୁ ୧୭ ବର୍ଷ ବୟସର ଯୁବପିଢିମାନଙ୍କୁ ଚାରି ବର୍ଷର ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ଯେଉଁଥିରେ ଟ୍ୟୁସନ ଏବଂ ରୁମ୍ ଖର୍ଚ୍ଚ ଅନ୍ତର୍ଭୂକ୍ତ ହେବ, ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହି ସମସ୍ତ ଲଟେରୀ ଯୋଜନାଗୁଡିକ ଓହିୟୋ ଆଡମିନିଷ୍ଟ୍ରେସନ୍ ଅଫ୍ କୋଭିଡ୍ ଫଣ୍ଡ ଦ୍ୱାରା ଖର୍ଚ୍ଚ ହେବ । ଏବଂ ଏହାର ସମ୍ପୂର୍ଣ୍ଣ ହିସାବ ରେକର୍ଡ କରାଯିବ ।ଓହିୟୋର ଏହି ଲଟେରୀ ଯୋଜନା ଆମେରିକାରେ ଆଲୋଚନାର ବିଷୟ ପାଲଟିଛି । ଓହିୟୋରେ ଏହି ଯୋଜନା ଟୀକାକରଣ ପ୍ରକ୍ରିୟାରେ କେତେ ପ୍ରଭାବ ପକାଇବ ଏବଂ କେତେ ସଂଖ୍ୟାର ଲୋକେ ଟିକା ନେବାକୁ ଆଗକୁ ଆସିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଗଭର୍ଣ୍ଣର ମାଇକ ଡେଭିନ୍ କହିଛନ୍ତି ଯେ, ମେ ୧୨ ରେ ଲଟେରୀ ଘୋଷଣା ପରେ ଓହିୟୋରେ ଟୀକାକରଣକାରୀଙ୍କ ସଂଖ୍ୟା ୩୩% ବୃଦ୍ଧି ପାଇଛି । ସେହି ସମୟରେ, ୧୬ ଏବଂ ୧୭ ବର୍ଷ ବୟସ୍କଙ୍କ ଦ୍ୱାରା ଟୀକାକରଣ ସଂଖ୍ୟାରେ ୯୪ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଅନ୍ୟ ବୟସ ବର୍ଗର ଲୋକମାନେ ଟୀକାକରଣ ବୃଦ୍ଧି କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଜୁନ୍ ୨୩ ପର୍ଯ୍ୟନ୍ତ ଓହିୟୋରେ ଟୀକାକରଣ ଅଭିଯାନ ଜାରି ରହିବ । ସୂଚନା ଅନୁସାରେ, ଓହିୟୋ ଭଳି ସହରରେ ଦୈନିକ ଟୀକାକରଣ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହି ଯୋଜନା ଆରମ୍ଭ ହୋଇଛ । ଯଦିଓ ଲଟେରୀ ପୁରସ୍କାର ଘୋଷଣା ପରେ ଓହିୟୋରେ ହଠାତ୍ ଟିକାକରଣ ବୃଦ୍ଧି ପାଇଥି୍ବାର ଦେଖାଯାଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
