କଟକ / ଅଷ୍ଟିନ୍ ନ୍ୟୁଜ

ତା _୨୪-୦୫-୨୦୨୧
ଗତ କିଛି ଦିନ ମଧ୍ୟରେ ବେଙ୍ଗାଲୁରୁ ଅକାଶରେ ଅନେକ ମନଲୋଭା ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ଏକ ବିରଳ ଦୃଷ୍ୟ ଦୃଶ୍ୟମାନ ହୋଇଛି। ଆଜି ସକଲେ ବେଙ୍ଗାଲୁରୁ ଅକାଶରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟ ଙ୍କୁ ଚାରିପଟେ ଗୋଟିଏ ଇନ୍ଦ୍ରଧନୁ ଭାଳି ବଳୟ ଟିଏ।

ଏହି ଦୃଷ୍ୟ ଆଜି ସକାଳ ପାଖାପାଖି ୧୧ ଟା ସମୟରେ ଦେଖିବାକୁ ମିଳିଥିଲା ଯାହାକି ଦୀର୍ଘ ୧ ଘଣ୍ଟା ଯାଏଁ ରହିଥିଲା। ଆକାଶ ନିର୍ମଳ ଥିବା କାରଣରୁ ଏହି ଦୃଷ୍ୟ ଅତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା।

ତେବେ ପ୍ରକୃତରେ ଏହା କଣ ଥିଲା? କଣ ସତରେ ଏହା ଏକ ଯାଦୁ ଥିଲା? ନା, ପୃଥିବୀ ପାଇଁ ଆଡ଼ୁ ଗୋଟିଏ ପ୍ରଳୟଙ୍କାରୀ ସଂକେତ?

ବାସ୍ତବରେ ଏହା ଏକ ପ୍ରାକୃତିକ ଓ ସାଧାରଣ ପ୍ରକ୍ରିୟା ବୋଲି ବୈଜ୍ଞାନିକ ମାନେ ସ୍ପଷ୍ଟ କରିଛନ୍ତି। ଏହା ଏକ ଅପ୍ଟିକାଲ ଇଫ୍ୟୁଜନ୍। ବାୟୁମଣ୍ଡଳରେ କୌଣସି କାରଣରୁ ଜମିଥିବା ବରଫର ଗୋଟିଏ ପରଦା ଯେବେ ଆଲୋକ ର ସଂସ୍ପର୍ଶ ରେ ଆସେ ସେବେ ଏହିଭଲି ପ୍ରତିବିମ୍ବ ଦେଖିବାକୁ ମିଳିଥାଏ। ଏହାକୁ କ୍ୟାଲିଡୋସ୍କୋପ ଇଫେକ୍ଟ ମଧ୍ୟ କୁହଯାଏ।

ତେବେ ବେଙ୍ଗାଲୁରୁ ବସି ଆଜି ଏହି ଦୃଷ୍ୟ ର ଭରପୁର ମଜା ନେଇଥିଲେ।
ଠିକ୍ ସେହିପରେ ପ୍ରାୟ ୭ ମାସ ତଳେ ଚୀନ୍ ରେ ମଧ୍ୟ ପ୍ରାତଃକାଳରେ ଏକାସାଙ୍ଗରେ ୩ ଟି ସୂର୍ଯ୍ୟ ଦେଖିବାକୁ ମାଗିଥିବା ର ଛବି ଓ ଭିଡିଓ ଇଣ୍ଟରନେଟ ରେ ଖୁବ୍ ଭାଇରାଲ୍ ହୋଇଥିଲା


ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
