News portal website
before header
[URIS id=5393]

ୱେବମିଡ଼ିଆ ସାମ୍ବାଦିକଙ୍କ ରାଜ୍ୟପାଳଙ୍କୁ ଦାବିପତ୍ର

0 191

ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ୱେବ୍‌ ମିଡ଼ିଆ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି ସମ୍ବାଦ ପରିବେଷଣ କରୁଛନ୍ତି କିନ୍ତୁ ଖବରକାଗଜ ଓ ଟିଭି ସାମ୍ବାଦିକମାନଙ୍କ ପରି ସମ୍ମାନ,ସୁରକ୍ଷା ଓ ଅଧିକାର ମିଳୁ ନାହିଁ। ଯେତେ‌ ପ୍ରତିବାଦ କଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ବ ଦେଉ ନାହାନ୍ତି। ରାଜ୍ୟ ସରକାର ୱେବ୍‌ ମିଡ଼ିଆଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସେମାନଙ୍କ ସମ୍ମାନ,ସୁରକ୍ଷା ଓ ଅଧିକାର ଆଦି ୧୦ଦଫା ସମ୍ବଳିତ ଦାବିକୁ ନେଇ ମାଷ୍ଟର କ୍ୟାଂଟିନ୍‌ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ ା

Notice


ନୂତନ ଭାବେ ଗଠନ କରାଯାଇଥିବା ୱେବ୍‌ ମିଡ଼ିଆ ସଂଘକୁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଓୟୁଜେର ସଭାପତି ଭାଗବତ ତ୍ରିପାଠୀ ରାଜ୍ୟ ୱେବ ମିଡିଆ ସଂଘକୁ ସମର୍ଥନ କରିବା ସହ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଶୁଭେଜ୍ଝା ଓ କୃତଜ୍ଞତା ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ନାମରେ ମିଥ୍ୟା ଖବର ପରିବେଷଣ, ଫୁଲବାଣୀ ସାମ୍ବାଦିକଙ୍କ ଉପରେ ପୁଲିସର ଦୁର୍ବ୍ୟବହାରକୁ ନେଇ ସଂଘ ଦୃଢ଼ ନିନ୍ଦା କରିଥିଲା।ୱେବ ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ ଲାଇନ ଆଣନ୍ତୁ, ସାମ୍ବାଦିକଙ୍କ ଚିହ୍ନଟ ପ୍ରକ୍ରିୟା କରନ୍ତୁ। ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଅନ୍ତୁ। ଫୁଲବାଣୀ ଟାଉନ ଥାନା ଏଏସଆଇଙ୍କୁ ନିଲମ୍ବନ କରାଯାଉ, ମିଥ୍ୟା ଖବର ପରିବେଷଣ କରୁଥିବା ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହିଭଳି ବିଭିନ୍ନ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତାଙ୍କ ସହ ରାଜ୍ୟର ବିଭିନ୍ନ ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.