ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୪-୦୫-୨୦୨୧
ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ।ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିବେ । ଆଣ୍ଡାମାନ ଓ ନିକୋବର ଉପରାଜ୍ୟପାଳ ବି ବୈଠକରେ ରହିବେ। ସେବି ବୈଠକରେ ଆଇଏମଡି ଓ ଏନଡିଆରଏଫ ମୁଖ୍ୟ ଉପସ୍ଥିତ ରହିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ବାତ୍ୟାର ରୂପ ନେଇସାରିଛି ୟାସ । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ରାଜ୍ୟସରକାରଙ୍କ ସହ ବାତ୍ୟାର ପ୍ରଭାବ ନେଇ ଆଲୋଚନା କରିବେ ।ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଥିବା ଭାରତୀୟ ପାଣିପାଗ ବିଭଗ ପକ୍ଷରୁ କୁହାଯାଇଛି।

୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।
୨୬ ତାରିଖ ମଧ୍ୟାହ୍ନରୁ ସାନ୍ଧ୍ୟ ସମୟ ମଧ୍ୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ। ପ୍ରାରମ୍ଭିକ ଆକଳନ ଅନୁସାରେ ଏହା ପାରାଦୀପ ରୁ ସଗାରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଯେହେତୁ ଅତି ଭୀଷଣ ବାତ୍ୟା ହେବାକୁ ଯାଉଛି, ଏହାର ପ୍ରକୋପ ବହୁତ ରହିବ। ଦୁର୍ବଳ ହେଉ ନଥିବାରୁ ପ୍ରଭାବ କମ ହେବ ନାହିଁ ବୋଲି କହିଛନ୍ତି ରାଜେନ୍ଦ୍ର ଜେନାମଣି।

ଓଡ଼ିଶାର ଉପକୂଳ ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ବେଶି ପ୍ରଭାବିତ ହେବ। ବର୍ଷା ବହୁତ ହେବ; ସମୁଦ୍ର ବି ଜୁଆରିଆ ରହୁଥିବାରୁ ୱାଟର ଲଗିଙ୍ଗ ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
