କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୬-୦୫-୨୦୨୧
ରାଜ୍ୟରେ ବଢି ବଢି ଚାଲୁଥିବା କରୋନା ସଂକ୍ରମଣ ମାମଲା କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ଆସନ୍ତା କାଲି ଠାରୁ ମେ’ ୩୦ ପର୍ଯ୍ୟନ୍ତ, ଲଗାତାର ଭାବେ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ପଶ୍ଚିମବଙ୍ଗ।
ରାଜ୍ୟ ସଚିବାଳୟ ନବାନ୍ନ ରେ ଅୟୋଜିତ ହୋଇଥିବା ବୈଠକ ହେବା ପରେ, ରାଜ୍ୟର ସମସ୍ତ ସ୍କୁଲ କଲେଜ, କଳ କାରଖାନା, ସିନେମା ହଲ୍ ଓ ବାର ଆଦି, ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି, ମୁଖ୍ୟ ସଚିବ ଆଲାପନ ବାନାର୍ଜୀ କହିଛନ୍ତି।

ତେବେ ସକାଳ ୭ ଟା ରୁ ସକାଳ ୧୦ ଟା ଯାଏଁ କ୍ଷୀର, ପନିପରିବା, ଫଳ ଓ ପାଉଁରୁଟି ଦୋକାନ ଖୋଲା ରହିବ ବୋଲି ସେ ନିର୍ଦେଶ ଦେଇଛନ୍ତି। ଦିନ ୧୦ ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମିଠା ଦୋକାନ ଖୋଲା ରହିବ ଏବଂ ଔଷଧ ଓ ଚାଷମା ଦୋକାନ ନିୟମିତ ଖୋଲା ରହିବ।
ରାଜ୍ୟରେ ବିଗତ ୨୪ ଘଣ୍ଟା ଭିତରେ ୨୦,୮୪୯ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୬ ଜାନଙ୍କ ମୃତ୍ୟୁ ଘଟିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
