News portal website
before header
[URIS id=5393]

ବଢିବ କି ଲକ୍‌ଡାଉନ୍ ?

0 356

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୫-୨୦୨୧

ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଜି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଚିନ୍ତାପ୍ରକଟ କରିଥିବା ବେଳେ ଏପଟେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଅପରାହ୍ନରେ କହିଛନ୍ତି ଯେ ଆସନ୍ତା ମାସେ ଯାଏ ରାଜ୍ୟକୁ କଠୋର କଟକଣା ଭିତରେ ରହିବାକୁ ହେବ। ମୁଖ୍ୟସଚିବଙ୍କ ମନ୍ତବ୍ୟ ପରୋକ୍ଷରେ ସୂଚାଇ ଦେଉଛି ଯେ ଆସନ୍ତା ୧୯ ତାରିଖ ପରେ ଦ୍ବିତୀୟ ଲକ୍‌ଡାଉନ୍ ସରକାର ଘୋଷଣା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏବଂ ଦ୍ବିତୀୟ ଲକ୍‌ଡାଉନ୍ ବର୍ତ୍ତମାନ ଠାରୁ ଅଧିକ କଟକଣାଯୁକ୍ତ ହୋଇପାରେ।

କେବଳ ସେତିକି ନୁହେଁ, ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର କରୋନାର ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି।ମୁଖ୍ୟ ସଚିବ କହିଛନ୍ତି ଯେ ଭାରତର ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏଥିରେ ଭାରତବର୍ଷର ଖ୍ୟାତନାମା ଡାକ୍ତର ତଥା ନାରାୟଣ ହୃଦୟାଳୟର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟି, ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାର୍ଟ ଡିଜିଜ୍‌ର ନିର୍ଦେଶକ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଲଳିତକାନ୍ତ, ଡାକ୍ତର ମୃଦୁଳା ଫାଡ୍‌କେ, ପ୍ରଫେସର ଦତ୍ତେଶ୍ବର ହୋତା, ପ୍ରଫେସର ଏମ୍‌ଆର୍ ପଟ୍ଟନାୟକ, ପ୍ରଫେସର ଇ ଭେଙ୍କଟ ରାଓ, ଡାକ୍ତର ସଂଘମିତ୍ରା ପତି, ଡାକ୍ତର ଅଜୟ ପରିଡା ପ୍ରମୁଖ ସଦସ୍ୟ ଅଛନ୍ତି। ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି ଏଥିରେ ଆବାହକ ରହିବେ।

ଯେହେତୁ ତୃତୀୟ ପର୍ଯ୍ୟାୟରେ ଶିଶୁମାନଙ୍କୁ ଅଧିକ ସଂକ୍ରମଣ ଛୁଇଁବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ଏବଂ ବୈଜ୍ଞାନିକମାନେ କହୁଛନ୍ତି, ଭବିଷ୍ୟତରେ ଆସୁଥିବା ଲହର ଶିଶୁ ଓ ସମ୍ବେଦନଶୀଳ ବର୍ଗଙ୍କୁ ପ୍ରଭାବିତ କରିପାରେ। ଏଣୁ ଏହି କମିଟି ରାଜ୍ୟ ସରକାରଙ୍କୁ ଏହାକୁ ମୁକାବିଲା କରିବା ଲାଗି ପରାମର୍ଶ ଦେବେ। ଯେତେଶୀଘ୍ର ସେମାନେ ବୈଠକ କରିବେ ଓ ଯେଉଁ ଭିତ୍ତିଭୂମି ନିର୍ମାଣ ପାଇଁ କହିବେ, ସାରା ବିଶ୍ବରେ ସବୁଠାରୁ ଭଲ ବ୍ୟବସ୍ଥା ଆଦି ସଂପର୍କରେ ଯାହା ପରାମର୍ଶ ଦେବେ ସରକାର ତାହାକୁ ଗ୍ରହଣ କରିବେ।

ସେହିଭଳି ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତରଙ୍କ ସଂପର୍କରେ ମଧ୍ୟ ପଦକ୍ଷେପ ନିଆଯିବ।ଏଥିସହିତ ଏହି କମିଟି ସାର୍ବଜନୀନ ଟିକାକରଣ ସଂପର୍କରେ ବି ସରକାରଙ୍କୁ ପରାମର୍ଶ ଦେବେ।ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେ ସାରା ରାଜ୍ୟ ଏବେ ଲକ୍‌ଡାଉନ୍ ସ୍ଥିତିରେ ରହିଛି। ଏହାସହିତ ପ୍ରତି ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଓ ଏହାକୁ ଅନୁଶୀଳନ କରାଯାଉଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

୧୦ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ସମାନ ସ୍ତରରେ ଅଛି ବା କମିବା ଆରମ୍ଭ କରିଛି। ପଶ୍ଚିମ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଯେଉଁ ଜିଲ୍ଲାରେ କରୋନା ଆରମ୍ଭ ହୋଇଥିଲା, ସେଠାରେ ସ୍ଥିତି ପଜିଟିଭିଟି ରେଟ୍ ସମାନସ୍ତରରେ ରହିଛି ବା କମିବା ଆରମ୍ଭ କରିଛି। ଭଦ୍ରକ, ବଲାଙ୍ଗୀର, ଦେବଗଡ, କଳାହାଣ୍ଡି, ନୂଆପ଼ଡା, ସମ୍ବଲପୁର, ସୁନ୍ଦରଗଡ, ଗଜପତି ଆଦି ଜିଲ୍ଲାର ଏହି ସ୍ଥିତି ଆଶ୍ବସ୍ତି ଆଣୁଛି। ଏହି ଲକ୍‌ଡାଉନର ଭଲ ପ୍ରଭାବ ଆଗକୁ ଦେଖିବାକୁ ମିଳିବ। ଏବେ ବି ପ୍ରତିଦିନ ୧୦ ହଜାରରୁ ୧୨ ହଜାର ସଂକ୍ରମଣ ରହୁଛି।

ଏହାକୁ ହାଲୁକା ଭାବେ ନେଇ ହେବ ନାହିଁ। ଜନସାଧାରଣଙ୍କୁ କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ।ଶ୍ରୀ ମହାପାତ୍ର କହିଥିଲେ ଯେ ଯେଉଁଠି ଗୋଟିଏ ପରିବାରର ଜଣେ ସଂକ୍ରମିତ ହେଉଛନ୍ତି ବା ଗୋଟିଏ ଗାଁରେ ଜଣେ ସଂକ୍ରମିତ ହେଉଛନ୍ତି, ସେଠାରେ ଦେଖାଯାଉଛି ପରବର୍ତ୍ତୀ ସମୟରେ ପୂରା ପରିବାର ବା ପୂରା ଗାଁରେ କୋଭିଡ୍ ବ୍ୟାପୁଛି। ଏଣୁ କୌଣସି ପରିସ୍ଥିତିରେ ବି କେହି ବାହାରେ ବୁଲିବା ଉଚିତ୍ ନୁହେଁ ବୋଲି ସରକାର ସତର୍କ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ସତର୍କବାଣୀ ସଂପର୍କରେ ମଧ୍ୟ ମୁଖ୍ୟସଚିବ ସ୍ମରଣ କରାଇଥିଲେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଟିକାକରଣ ସଂପର୍କରେ ସେ କହିଥିଲେ ‌ଯେ କିଛି ଦିନ ତଳେ କ୍ୟାବିନେଟ୍‌ରେ ବିଦେଶରୁ ଟିକା କିଣିବା ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ରାଜ୍ୟବାସୀଙ୍କୁ ଯେତେ ଶୀଘ୍ର ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଇ ଦିଆଯାଇପାରିବ, ସେତେଶୀଘ୍ର ଲୋକଙ୍କୁ କରୋନା ପ୍ରଭାବରୁ ମୁକ୍ତ ହୋଇପାରିବ। ଏଣୁ ରାଜ୍ୟ ଔଷଧ ନିଗମ ତରଫରୁ ଗ୍ଲୋବାଲ୍ ଟେଣ୍ଡର ଆହ୍ବାନ କରାଯାଇଛି।

ସମ୍ଭବତଃ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ, ଯିଏ ଖୁବ୍ କମ୍ ସମୟ ମଧ୍ୟରେ ଓଡ଼ିଶା ଗ୍ଲୋବାଲ୍ ଟେଣ୍ଡର କରିପାରିଛି। ମାତ୍ର ୪ମାସ ମଧ୍ୟରେ ପ୍ରାୟ ୩କୋଟି ୮୦ଲକ୍ଷ ଟିକା ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଆଶା କରାଯାଉଛି, ମେ’ ୨୮ ତାରିଖ ପରେ ଟିକା କିଣିବା ପାଇଁ ରାଜ୍ୟ ସରକାର ଅର୍ଡର ଦେଇପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.