ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୫-୨୦୨୧
ଦିଲ୍ଲୀର ଏକ ହସ୍ପିଟାଲ୍ରୁ ୮୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।
ଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲ୍ର ୮୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାଁ ଏକେ ରାୱତ(୫୮)। କରୋନା ଆକ୍ରାନ୍ତ ହୋଇଥିବା ୮୦ ଜଣ ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥା The Times of Indiaର ସୂଚନା ଅନୁସାରେ, ଡାକ୍ତର ଏକେ ରାୱତ ଦୀର୍ଘ ୨୭ ବର୍ଷ ହେବ ସରୋଜ ହସ୍ପିଟାଲ୍ରେ ରୋଗୀଙ୍କ ସେବା କରି ଆସୁଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ୍ର ଡାକ୍ତରଙ୍କ ସମେତ ଷ୍ଟାଫ୍ମାନଙ୍କୁ ଏକ ପ୍ରକାର ଝଟ୍କା ଲାଗି ଥିବା କୁହାଯାଉଛି।
ହସ୍ପିଟାଲ୍ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷେ ହସ୍ପିଟାଲ୍ର ସମସ୍ତ OPDsକୁ ବନ୍ଦ ରଖା ଯାଇଥିବା ସୂଚନା ମିଳିଛି।

ସୂଚନାଥାଉ କି, ରବିବାର ଦିନ ଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲ୍ର ଜଣେ ଯୁବ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ଦିଲ୍ଲୀରେ ୧୩,୩୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
