News portal website
before header
[URIS id=5393]

୨ ଦିନ ସ୍ଥିର ରହିବା ପରେ ପୁଣି ବଢିଲା ତୈଳ ଦର

0 295

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୫-୨୦୨୧

କିଛିଦିନ ଧରି ତୈଳ ଦର ସ୍ଥିର ଥିବାବେଳେ ସୋମବାର ଅର୍ଥାତ୍‌ ମେ’ ୧୦ ତାରିଖ ଦିନ ତୈଳ ଦର ବୃଦ୍ଧି ପାଇଛି । ୨ ଦିନ ଧରି ପେଟ୍ରୋଲ ଡିଜେଲ ଦରରେ କୌଣସି ବୃଦ୍ଧି ଘଟି ନ ଥିଲା । ହେଲେ ଆଜି ପେଟ୍ରୋଲ ୨୬ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ୩୩ ପଇସା ବୃଦ୍ଧି ପାଇଛି ।

ଗତ ଶୁକ୍ରବାର ପେଟ୍ରୋଲ ଦର ୩୫ରୁ ୪୪ ପଇସା ଏବଂ ଡିଜେଲ ଦର ୪୫ରୁ ୫୧ ପଇସାକୁ ବୃଦ୍ଧି ଘଟିଥିଲା ।କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରକୁ ଦେଖିଲେ ଜଣାଯାଏ, ଗତ ୫ ଦିନ ଭିତରେ ପେଟ୍ରୋଲ ୧.୧୯ ଟଙ୍କା ବୃଦ୍ଧି ପାଇଛି । ସେହିପରି ଡିଜେଲ ୧.୩୩ ଟଙ୍କା ମହଙ୍ଗା ହୋଇଛି ।

ବିଧାନସଭା ନର୍ବାଚନ ଘୋଷଣା ପରେ ପରେ ତୈଳଦର ସ୍ଥିର ଥିଲା । ଏପରିକି ଏପ୍ରିଲ ୪ ତାରିଖରୁ ତୈଳ ଦର ହ୍ରାସ ମଧ୍ୟ ପାଇଥିଲା । ହେଲେ ନିର୍ବାଚନ ଫଳାଫଳ ଆସିବା ମାତ୍ରେ ବର୍ତ୍ତମାନ ସୁଦ୍ଧା ୫ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇ ସାରିଲାଣି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ତେବେ ଆଜିର ତୈଳ ଦର ଉପରେ ନଜର ପକାଇଲେ ଦେଖିବା, ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୧.୨୭ଟଙ୍କାରୁ ବୃଦ୍ଧି ପାଇ ୯୧.୫୩ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୧.୭୩ ଟଙ୍କାରୁ ବୃଦ୍ଧି ପାଇ ଲିଟର ପିଛା ୮୨.୦୬ରେ ପହଞ୍ଚିଛି ।

ସେହିପରି ମୁମ୍ବାଇର ସ୍ଥିତି ଦେଖିଲେ ଜଣାଯାଏ, ଏଠାରେ ପେଟ୍ରୋଲ ଦର ଲିଟର ପିଛା ୯୭.୬୧ ଟଙ୍କାରୁ ବୃଦ୍ଧି ପାଇ ୯୭.୮୬ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୮.୮୨ ଟଙ୍କାରୁ ବୃଦ୍ଧି ପାଇ ୮୯.୧୭ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୩.୧୫ ଟଙ୍କାରୁ ବଢି ୯୩.୬୦ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଦର ବୃଦ୍ଧି ପାଇ ଲିଟର ପିଛା ୮୬.୯୬ ଟଙ୍କାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଦର ୯୧.୬୬ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ଦର ୮୪.୯୦ ଟଙ୍କା ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.