ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୮-୦୫-୨୦୨୧
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ)ର ଓଡ଼ିଆ ବୈଜ୍ଞାନିକ ଡ. ଶିବେନ୍ଦୁ ଶଙ୍କର ରାୟ କରୋନା ସହ ଲଢ଼ି ଶେଷରେ ହାରିଯାଇଛନ୍ତି । ଦିଲ୍ଲୀସ୍ଥିତ ଏକ ଘରୋଇ ଡାକୁରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ୪ ତାରିଖ ଦିନ ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଫଳରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

ଭଦ୍ରକର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ସୁଧାଂଶୁ ଶେଖର ରାୟ ଓ ଶାନ୍ତି ଦେବୀଙ୍କ କନିଷ୍ଠ ପୁତ୍ର ଶିବେନ୍ଦୁ ଥିଲେ ଦେଶର ଜଣେ ଜଣାଶୁଣା ବୈଜ୍ଞାନିକ । ତାଙ୍କ ଶେଷକୃତ୍ୟ ଦିଲ୍ଲୀରେ ସମ୍ପନ୍ନ ହୋଇଛି। ପୁତ୍ର ତ୍ରିଦିବ ଓ କନ୍ୟା ସୀମନ୍ତିନୀ ମୁଖାଗ୍ନି ଦେଇଥିଲେ। ପତ୍ନୀ ଡ. କମଳଜିତ ରାୟ ଭୂ-ବିଜ୍ଞାନ ମନ୍ତ୍ରାଳୟର ଉପଦେଷ୍ଟା ଭାବେ କାର୍ଯ୍ୟରତ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
