News portal website
before header
[URIS id=5393]

ଅଧିକାର ପାଇଁ ଦାବି କଲେ ଓ୍ୱେବ ପୋର୍ଟାଲ ସାମ୍ବାଦିକ;

0 546

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୮-୦୫-୨୦୨୧

ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଆଗଧାଡିର ଯୋଦ୍ଧା ଭାବେ ଘୋଷଣା କରି ବମ୍ପର ଅଫର ଦେଇଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିଥିବାରୁ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, କେବଳ ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ବା କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟିକା ଦିଆଯିବ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ।ତଥ୍ୟ ଅନୁଯାୟୀ ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ କେବଳ ସରକାରୀ ସୁଯୋଗର ଲାଭ ନେଇ ଉପକୃତ ହୋଇପାରିବେ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା କରୋନା ସମୟରେ ସବୁଠାରୁ ଅଧିକ ସଚଳ ଥିବା ୱେବ ପୋର୍ଟାଲକୁ ସରକାର ସ୍ବୀକୃତି ଦେଉ ନାହାନ୍ତି କାହିଁକି । ସଂପ୍ରତି ସାମ୍ବାଦିକ ପାଠ୍ୟକ୍ରମ ଶେଷ କରି ହଜାର ହଜାର ଯୁବକ ଯୁବତୀ କର୍ମ ସଂସ୍ଥାନ ନ ପାଇ ଏହି ୱେବ ପୋର୍ଟଲରେ କାର୍ଯ୍ୟରତ ଅଛନ୍ତି ।

ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଅପେକ୍ଷା, ଏହି ୱେବ ପୋର୍ଟାଲ ଆଜିକା ଦିନରେ ବେଶ ଚଳଚଞ୍ଚଳ ଏବଂ ସକ୍ରିୟ ରହିଛି । ମାତ୍ର ସରକାର କାହିଁକି ସେମାନଙ୍କୁ ଅନୁମତି ଦେଉନାହାଁନ୍ତି । କାହିଁକି ସରକାର ସେମାନଙ୍କ ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରୁ ନାହାଁନ୍ତି । ଓ୍ୱେବ ପୋର୍ଟାଲରେ କାମ କରୁଥିବା ଲୋକେ କ’ଣ ସାମ୍ବାଦିକ ନୁହଁନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସାମ୍ବାଦିକତା କରିବା ପାଇଁ ଯଦି ସ୍ବତନ୍ତ୍ର ପାଠ୍ୟକ୍ରମ ରହିଛି, ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନେ ସାମ୍ବାଦିକ ବୋଲି କାହିଁକି ଗଣାଯିବେ ନାହିଁ । ଅନ୍ୟପଟେ ସରକାର ସାମ୍ବାଦିକଙ୍କୁ ଟିକା ଦେବା ଲାଗି ଯେଉଁ ବିଜ୍ଞପ୍ତି ଜାରି କଲେ ସେଥିରେ ସେ ସ୍ପଷ୍ଟ ଜଣାଇଦେଲେ ଯେ କେବଳ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଥିବା ଗଣମାଧ୍ୟମ ପ୍ରତିନିଧି ହିଁ କେବଳ ଟୀକା ନେଇପାରିବେ ।

ଅର୍ଥାତ୍ କେବଳ ସେହି ବ୍ୟକ୍ତିମାନେ ହିଁ ଆଗଧାଡିର ଯୋଦ୍ଧା ।ଓ୍ୱେବ ପୋର୍ଟାଲରେ କାମ କରୁଥିବା ହଜାର ହଜାର ଯୁବକ ଯୁବତୀ, ଯେଉଁମାନେ ପ୍ରତ୍ୟେକ ଦିନ ନିଜର ଜୀବନକୁ ବାଜି ଲଗାଇ ସମ୍ବାଦ ସଂଗ୍ରହ କରୁଛନ୍ତି ସେମାନେ କାହିଁକି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନାହିଁ । ସାମ୍ବାଦିକକତାର ସଂଜ୍ଞା କ’ଣ ।

ସରକାର ସାମ୍ବାଦିକତା ପାଇଁ ଯେଉଁ ସଂଜ୍ଞା ନିରୂପଣ କରିଛନ୍ତି, ଓ୍ୱେବ ପୋର୍ଟାଲରେ କାର୍ଯ୍ୟରତ ଲୋକେ ସେହି ସଂଜ୍ଞା ପରିସର ଭୁକ୍ତ ହେଉଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।ଅପରପକ୍ଷେ, ସାଧାରଣ ଲୋକଙ୍କୁ ମାଗଣାରେ ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି । ସମସ୍ତେ ମାଗଣାରେ ଟିକା ନେବେ । ରାଜ୍ୟରେ ଥିବା ହାତଗଣତି କେତୋଟି ଓ୍ୱେବ ପୋର୍ଟାଲର ସାମ୍ବାଦିକଙ୍କୁ କାହିଁକି ଏଥିରୁ ବାଦ ଦିଆଯାଉଛି, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜାଣିଶୁଣି ଓ୍ବେବ ପୋର୍ଟାଲ ସାମ୍ବାଦିକଙ୍କୁ ଅଣଦେଖା କରୁଥିବା ନେଇ ମଧ୍ୟ କିଛି ସାମ୍ବାଦିକ ଅଭିଯୋଗ କରିଛନ୍ତି । କିଛି ଅନୁଗତ ଓ୍ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଯଦି କିଛି ଅନୁଗତଙ୍କୁ ଦିଆଗଲା, ତେବେ ସମସ୍ତଙ୍କୁ ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବାରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସାମ୍ବାଦିକମାନେ । ଏମିତିକି ବିଜୁ ସ୍ୱାସ୍ଥ୍ୟବୀମା ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜାନାରେ ସାଧାରଣ ନାଗରିକଙ୍କୁ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଦିଆଯାଉଛି । ମାତ୍ର ସାମ୍ବାଦିକମାନେ ତାଙ୍କଠାରୁ ମଧ୍ୟ ହୀନ । କାରଣ, ଯେଉଁ କେତେଜଣଙ୍କୁ ଦିଆଯାଇଛି, ସେମାନଙ୍କୁ ମାତ୍ର ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ଦିଆଯାଇଛି ।

ଦିନରାତି ଅହରହ ସରକାର ଓ ଲୋକମାନଙ୍କର ମୁଖପାତ୍ର ସାଜିଥିବା ତଥାକଥିତ ଗଣଶିକ୍ଷକ ଏହି ସାମ୍ବାଦିକ ଜଣେ ସାଧାରଣ ଲୋକଠାରୁ ମଧ୍ୟ ହୀନ ବୋଲି ସରକାର ବିବେଚନା କରୁଛନ୍ତି । ଆଜିର ଏହି ମହାମାରୀ ସମୟରେ ୱେବ ମିଡିଆର ପ୍ରତିନିଧିମାନେ ରାଜ୍ୟ ତଥା ଦେଶ ବିଦେଶରେ ଥିବା ଲୋକମାନଙ୍କୁ ପ୍ରତି କଥାରେ ସଚେତନ କରିଆସୁଛନ୍ତି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସରକାରଙ୍କର ଲକଡାଉନ, ସଟଡାଉନଠାରୁ ଆରମ୍ଭ କରି ମାସ୍କ ପିନ୍ଧିବା, କ୍ୱାରେଣ୍ଟାଇନରେ ରହିବା, କଣ୍ଟେନମେଣ୍ଟ ଜୋନ, ଟିକାକରଣ, ଆଦି ଟିକିନିଖି ଖବର ପରିବେଷଣ କରି ଲୋକମାନଙ୍କୁ ସଚେତନ ଓ ସଜାଗ କରାଉଛନ୍ତି । ଯାହା ଫଳରେ କରୋନା ଯେଉଁ ପରିମାଣରେ ମାଡିଯିବା କଥା, ସେଥିରୁ ଲକ୍ଷ ଲକ୍ଷ ଲୋକ ବର୍ତ୍ତି ଯାଉଛନ୍ତି । ମାତ୍ର ସରକାର ସେହି ଗଣମାଧ୍ୟମ ଓ ତା’ର ପ୍ରତିନିଧିମାନଙ୍କୁ ଅଣଦେଖା କରିବା ନିନ୍ଦନୀୟ, ଦୁଃଖଦାୟକ ଏବଂ ପରିତାପର ବିଷୟ ନିଶ୍ଚୟ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ସରକାର ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଏ ସଂପର୍କରେ ତୁରନ୍ତ ନିର୍ଦେଶ ଦେବା ସହ ଓ୍ୱେବ ପୋର୍ଟାଲ ପାଇଁ ଥିବା ନିୟମ କୋହଳ କରନ୍ତୁ । ଏହା ସହ ଓ୍ୱେବ ପୋର୍ଟାଲରେ କାମ କରୁଥିବା ସାମ୍ବାଦିକମାନଙ୍କୁ ତୁରନ୍ତ ତାଲିକାଭୁକ୍ତ କରି ଅନ୍ୟମାନଙ୍କ ସହ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନେକ ସାମ୍ବାଦିକ ଦାବି କରିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.