ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୮-୦୫-୨୦୨୧
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଅଧୂନରେ ଥିବା ବିଦ୍ୟାଳୟ ବନ୍ଦ ରହିଛି। ତେବେ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବାବଦରେ ଚାଉଳ ଓ ଟଙ୍କା ମିଳିବ। ଏନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ଜୁନ୍ ୩୦ ପର୍ଯ୍ୟନ୍ତ ୩୭ ଦିନର ମଧ୍ୟାହ୍ନଭୋଜନ ଦିଆଯିବ ।
ଛାତ୍ରଛାତ୍ରୀଙ୍କୁୁ ମଧ୍ୟାହ୍ନ ଭୋଜନ ବିତରଣ ନେଇ ନିୟମାବଳୀ ପ୍ରକାଶ ପାଇଛି। ବିଦ୍ୟାଳୟ ପରିଚାଳନା କମିଟି(ଏସ୍ଏମ୍ସି) ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରିବେ । ତେବେ ବିତରଣ ସମୟରେ କରୋନା କଟକଣା ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ ।

ସମସ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରଖୁବାକୁ ପ୍ରଧାନଶିକ୍ଷକ ପଦକ୍ଷେପ ନେବେ। ୩୭ ଦିନ ପାଇଁ ରନ୍ଧନ ଖର୍ଚ୍ଚର ଦେୟ ସିଧାସଳଖ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ନିଷ୍ପତ୍ତ ନିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
