News portal website
before header
[URIS id=5393]

ଦିଦିଙ୍କ କମାଲ:ଗଢିବେ ସରକାର!

0 194

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର

Notice

ତା-୦୨-୦୫-୨୦୨୧

ଏକଜିଟ୍ ପୋଲ୍ସ ଏକଜାକ୍ଟ ହେବନି କିନ୍ତୁ ହାରାହାରି ଆକଳନ ସମାନ ହୋଇପାରେ । ତେବେ ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା ହୋଇଛି । ଅପରାହ୍ନ ୩ଟା ସୁଦ୍ଧା ୨୦୫ ଆସନରେ ଆଗୁଆ ତୃଣ ମୂଳ କଂଗ୍ରେସ । ଦଳର କର୍ମୀମାନେ ନାତଗୀତ ଆରମ୍ଭ କରିଦେଇଛନ୍ତି । ଏଠାରେ ଆଗୁଆ ତାଲିକାରେ ୯୦ ତଳକୁ ଖସିଛି ବିଜେପି । ତେବେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ କଡା ଟକ୍କରର ସମ୍ମୁଖୀନ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

ଲଗାତର ପଛରେ ରହିବା ପରେ ଏବେ ଦିଦି ଅଳ୍ପ ଆଗରେ ରହିଛନ୍ତି । ତେବେ ଟିଏମସି ମ୍ୟାଜିକ୍ ନମ୍ବରଠାରୁ ଅଧିକ ଆସନ ପାଇବା ଆଶା ଅଧିକା । ସେପଟେ ଆସାମାରେ ବିଜେପି ପୁଣି କ୍ଷମତାରେ ରହିବା ଧିରେଧିରେ ନିଶ୍ଚିତ ହେଉଛି । ସେଠାରେ କଂଗ୍ରେସ ଆଶାଠାରୁ କମ୍ ଆସନ ପାଇବ । ତାମିଲନାଡୁରେ ଏମେକେ ଷ୍ଟାଲିନଙ୍କ ନେତୃତ୍ୱାଧିନ ଡିଏମକେ ୧୦ ବର୍ଷ ପରେ କ୍ଷମତାକୁ ଫେରିବ । କେରଳରେ ବାମପନ୍ଥୀ ମେଣ୍ଟ ରେକର୍ଡ କରିବା ସମ୍ଭାବନା ବେଶୀ । ମୁଖ୍ୟମନ୍ତ୍ରୀ ପି. ବିଜୟାନଙ୍କ ନେତୃତ୍ୱାଧିନ ଏଲଡିଏଫ ମ୍ୟାଜିକ୍ ନମ୍ବରଠାରୁ ବହୁତ ଆଗରେ ଚାଲିଛି । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି ଅଧିକ ଆସନରେ ଆଗୁଆ । କଂଗ୍ରେସର ସଂଖ୍ୟାଠାରୁ ବିଜେପି ଢେର୍ ଆଗରେ ଥିବାରୁ ସେଠାରେ ପଦ୍ମ ସରକାର ସମ୍ଭାବନା । ଖେଲ ହୋବେ ନା ଖେଲ ଖତମ । ଏହି ଦୁଇଟି ବାକ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠୁ ଚର୍ଚ୍ଚିତ ଥିଲା । ଗୋଟିଏ ପରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ କ୍ୟାମ୍ପେନ୍ ଓ ଅନ୍ୟ ଦିଗରେ ବିଜେପିର ହାଇଭୋଲଟେଜ୍ ପ୍ରଚାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ତୁଙ୍ଗ ନେତା ଦିନରାତି ଏକ୍ କରିଦେଇଥିଲେ । ତେବେ ଭୋଟ ଗଣତି ଆରମ୍ଭରୁ ବିଜେପି ଓ ଟିଏମସି ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଥିଲା । ବ୍ୟବଧାନ ୧୦ ଭିତରେ ରହିଥିଲା । ଏବେ କିନ୍ତୁ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଟିଏମସି ୨୦୫ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ବିଜେପି ୮୩ରୁ ଅଧିକ ଆସନରେ ଆଗୁଆ ରହିଛି । ସେପଟେ ଲଗାତର ପଛରେ ଥିବା ମମତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗରେ ରହିଛନ୍ତି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ତାମିଲନାଡୁରେ ଦୀର୍ଘ ଦଶନ୍ଧି ପରେ କ୍ଷମତାକୁ ଫେରିବ ଡିଏମକେ । ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ଆସନରେ ଆଗୁଆ ରହିଥିବା ବେଳେ ଡିଏମକେ ୯୫ ଆସନରେ ଆଗୁଆ ରହିଛି । ଏଥିରୁ ଡିଏମକେ ସରକାର ଗଠନନ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି ।କେରଳରେ ମଧ୍ୟ ବାମଦଳ ପୂନର୍ବାର ସରକାର ଗଠନ କରିବ । ଏବେସୁଦ୍ଧା ଏଠାରେ ଏଲଡିଏଫ ୯୦ଟି ଆସନରେ ଆଗୁଆ ରହିଥିବା ବେଳେ ୟୁଡିଏଫ ୪୪ ଓ ବିଜେପି ୩ଟି ଆସନରେ ଆଗୁଆ ରହିଛି ।ତେବେ ପଣ୍ଡିଚେରୀରେ ବିଜେପି ସରକାର ଗଠନ ନେଇ ଆଭାସ ମିଳୁଛି । ଏଠାରେ ବିଜେପି ୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୪ଟିରେ ଆଗୁଆ ରହିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

୩୦ ଆସନ ବିଶିଷ୍ଟ ପଣ୍ଡିଚେରୀରେ ମ୍ୟାଜିକ୍ ନମ୍ବର ହେଉଛି ୧୬ ।ଆସାମରେ ବିଜେପି ସରକାର ଗଠନ ଏକପ୍ରକାର ସ୍ପଷ୍ଟ ହୋଇଛି । ଏଠାରେ ବିଜେପି ୭୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪୭ଟିରେ ଆଗୁଆ ରହିଛି । ଅନ୍ୟମାନେ କେବଳ ଗୋଟିଏ ଆସନରେ ଆଗରେ ଅଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.