କଟକ / ଅଷ୍ଟିନ୍ ନ୍ୟୁଜ

ତା-୦୨-୦୫-୨୦୨୧
କଟକ ଠାରେ ଆଇ. ଜି. ଡ୍ରୋନ ସହ ଆଇ. ଟି. ଆଇ (ଇନ୍ଡଷ୍ଟ୍ରୀଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍) ମିଳିତ ଭାବରେ ଡ୍ରୋନ କ୍ୟାମେରା ଉତ୍ପାଦନ କରିବା ଆରମ୍ଭ କରିଛନ୍ତି।
ଶିଳ୍ପ କାରଖାନା ମାନଙ୍କର ଚାହିଦା ଅନୁଯାଇ ପ୍ରସ୍ତୁତ ହେଇଚୁ ଆଇ. ଜି. ଡ୍ରୋନ ଡେଲଟା ୪୦୦ ସିରିଜ୍ କ୍ୟାମେରା। ଏହି ଡ୍ରୋନ କ୍ୟାମେରା ଟି ୩ ଘଣ୍ଟା ରୁ ଉର୍ଦ୍ଧ ସମୟ ଯାଏଁ ଶୂନ୍ୟ ରେ ଉଡିପାରିବାର କ୍ଷମତା ରଖିଛି। ଏହା ହାଇ ରେଜୋଲୁସନ କ୍ୟାମେରା ହୋଇଥିବାରୁ ଅତି କ୍ଷୁଦ୍ର ଜିନିଷ ର ଚିତ୍ର ମଧ୍ୟ ଉତ୍ତୋଳନ କରିବାରେ ସକ୍ଷମ ହେଉଛି।
ବର୍ତ୍ତମାନ୍ ବର୍ଷକୁ ୧୦୦ ଟି ଡ୍ରୋନ ତିଆରି କରିବା ପାଇଁ ଆଇ. ଟି. ଆଇ. ତରଫରୁ ନିଷ୍ପତି ନିଆଯାଇଛି। ଏହି ଡ୍ରୋନ ଓଡିଶା ମାଇନିଂ କର୍ପୋରେସନ ବା ଓ. ଏମ୍. ସି ରେ ମୁତୟନ କରାଯିବ।

“ଆମେ କେବଳ ଶିଳ୍ପ କାରଖାନା ମାନଙ୍କରେ ଏହି ଡ୍ରୋନ ଟେକ୍ନୋଲୋଜୀ ର ବ୍ୟବହାର କରିବୁନାହିଁ, ବରଂ ଯୁବ ପିଢି ଙ୍କୁ ତାମିଲ ମଧ୍ୟ ଦେବୁ। କଟକ ଆଇ. ଟି. ଆଇ. ସହ ଏହା ଏକ ଅତି ସୁନ୍ଦର ସହଭାଗୀତା, ” ବୋଲି ଆଇ. ଜି. ଡ୍ରୋନ ର ସହ – ପ୍ରତିଷ୍ଠାତା ଓ ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ବୋଧିସତ୍ତ୍ଵ ସଂଘପ୍ରିୟା କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
