ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

୨୯/୦୪/୨୦୨୧
ରାଜଧାନୀରେ ରେକର୍ଡ ବ୍ରେକିଂ ସଂକ୍ରମଣ । ଦିନକରେ ବଢିଲା ୨୩୧୩ । କରୋନାର ଏ ଲମ୍ବଡିଆଁ ଛାତି ଥରାଇଲା ଭଳି । ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା କଥାକୁ ଖୋଦ୍ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଛି । ପ୍ରତ୍ୟେକ ବ୍ୟକ୍ତି ୨୦୦ ଲୋକଙ୍କୁ ସଂକ୍ରମିତ କରିପାରିବେ । ଏ ସ୍ଥିତି ଲାଗି ରହିଲେ, ମେ’ ମଧ୍ୟଭାଗ ବେଳକୁ ଅସମ୍ଭାଳ ହୋଇଯାଇଥୁବ ସ୍ଥିତି ।

ଦିଲ୍ଲୀ, ମୁମ୍ବାଇ ଭଳି ରୋଗୀ ବେଡ୍ ପାଇବେନି । ଆଇସିୟୁ କଥା ଛାଡ଼ନ୍ତୁ, ଜେନରାଲ ବେଡ଼ରେ ବି ରୋଗୀ ଭର୍ତ୍ତି ହୋଇଯିବେ ।ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାକୁର ବିଜୟ ମହାପାତ୍ର କହିଛନ୍ତି,ଏ ସ୍ଥିତି ଲାଗି ରହିଲେ ମେ’ ମଧ୍ୟଭାଗରେ କରୋନା ସୁନାମି ଚାଲିଥବ । ରୋଗୀ ସଂଖ୍ୟା ୨ ଲକ୍ଷ ପାର୍ କରିଯାଇଥବ । ଦୈନିକ ସଂକ୍ରମଣ ୧୩ ହଜାରକୁ ଟପୁଥିବା ବେଳେ ୫୮୦୦ ରୋଗୀଙ୍କୁ ଆଡ୍ମିଶନ ଦରକାର ପଡୁଥିବ ୨୦୪୦ ଜଣ ରୋଗୀ ଗୁରୁତର ହୋଇଯାଇଥିବେ ଭେଣ୍ଟିଲେଟର ଆବଶ୍ୟକ ପଡିବ ୪୩୮ ।
ଏହି ଚିତ୍ର ହିଁ ହୋସ୍ ଉଡ଼ାଇଲା ଭଳି । ତେବେ ଆଉ କିଛି ବିଶେଷଜ୍ଞ ଲକ୍ଡାଉନ ନହେଲେ, ଦୈନିକ ସଂକ୍ରମଣ ୩୦ ହଜାରକୁ ଟପିଯିବ ବୋଲି ଅକଳନ କରିଛନ୍ତି । ଏପ୍ରିଲ୍ ମାସକ ମଧ୍ୟରେ ୯୦ ହଜାର ନୂଆ କେସ୍ ବାହାରିଛି । ବୁଧବାର ୧୦ ଜୀବନ ମଧ୍ୟ ନେଇଛି ମହାମାରୀ ଭୂତାଣୁ ।

ଏପଟେ ରୋଗୀ ବଢୁଥିବାରୁ ନିଜ ଆଡୁ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଓ କଳାହାଣ୍ଡିର ବ୍ୟବସାୟୀ । ଗଞ୍ଜାମରେ ମେ’ ଯାଏ ଦିନ ୨ ଟା ପରେ ଦୋକାନ ବଜାର ବନ୍ଦ ରଖୁବାକୁ ଘୋଷଣା କରିଛନ୍ତି । ସେହିଭଳି କଳାହାଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀଙ୍କୁ ଛାଡ଼ି ସବୁ ଦୋକାନ ବଜାର ୫ ଦିନ ଯାଏ ବନ୍ଦ ରହିବ । ଭୁବନେଶ୍ବରରେ କିନ୍ତୁ ସ୍ଥିତି ଓଲଟା ।
ଭିଡ଼ ଓ ମାସ୍ଟ ପିନ୍ଧୁନଥିବାରୁ ପୁଲିସ୍ ଓ ବିଏମ୍ସି ମାର୍କେଟ ବିଲିଂକୁ ଦୁଇ ଦିନ ପାଇଁ ସିଲ୍ କରି ଦେଇଛି । ଶନି, ରବି ସପ୍ତାହନ ସଉନ ଯୋଗୁ ମାର୍କେଟ ବିଲିଂ ସୋମବାର ଖୋଲିବ ।ଆର୍ଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି, କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ୬ ସପ୍ତାହ ପରେ ହିଁ ଟିକା ନିଅନ୍ତୁ । ଏହାବାଦ୍ ଯେଉଁ ବ୍ୟକ୍ତି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥ୍ ଆଉ ଲକ୍ଷଣ ଦେଖାଯିବ ଏଭଳି କ୍ଷେତ୍ରରେ ତୁରନ୍ତ ପରୀକ୍ଷା କରାଇବା ସହ ନିଜକୁ ଆଇସୋଲେଟ୍ କରି ରଖୁବା ଦରକାର ।

ସେହିଭଳି ଲକ୍ଷଣ ନଥିଲେ ୩/୫ ଦିନ ପରେ ଯାଇ ପରୀକ୍ଷା କରାଇବା ଉଚିତ । ଏହାଛଡ଼ା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ପୁଣି ଲକ୍ଷଣ ଦେଖାଗଲେ ଡାକ୍ତର ପରାମର୍ଶ କରିବା ସହ ଆଉ ଥରେ ଟେଲିଂ କରାଇ ନେବା ଦରକାର ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
