ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

୨୯/୦୪/୨୦୨୧
ତାତିରୁ ମିଳିବ ତ୍ରାହି । ଭୀଷଣ ଗରମରୁ ମିଳିବ ମୁକ୍ତି । ଗୁରୁବାରଠାରୁ ରାଜ୍ୟରେ କାଳବୈଶାଖୀ ବଢ଼ିବା ସହ ତାପମାତ୍ରା କମିବ । ଆସନ୍ତା ୨-୩ ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିବା ସମ୍ଭାବନା ଅଛି ତା’ପରେ ଆଭ୍ୟନ୍ତରୀଣ ଓଡ଼ିଶା ତାପମାତ୍ରା ପାଖାପାଖୁ ୩ ଡିଗ୍ରୀ କମିପାରେ ।
ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ସ୍ଥାନରେ ପବନ ସହ ଧୂଳିଝଡ଼ ଆଶଙ୍କା ଅଛି ।

୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ । ବିଶେଷ କରି ଆଭ୍ୟନୁରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ।ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ସ୍ଥାନରେ ତାପମାତ୍ରା ବୁଧବାର ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା ।
ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ଝାରସୁଗୁଡ଼ା ୪୨.୮, ଅନୁଗୁଳ ୪୨.୧, ବଲାଙ୍ଗିର ୪୨.୫, ହୀରାକୁଦ ୪୨, ସମ୍ବଲପୁର ୪୨.୩, ଟିଟିଲାଗଡ଼ ୪୨ ଡିଗ୍ରୀ ତାତିରେ ସିଝିଥିଲା । ଉପକୂଳ ଓଡ଼ିଶାରେ ବୁଧବାର ପାରଦ ସାମାନ୍ୟ ହ୍ରାସ ପାଇଛି । ତାତି ୪୦ ଡିଗ୍ରୀ ତଳେ ରହିଛି । କଟକରେ ୩୯.୮, ଭୁବନେଶ୍ବରରେ ୩୯.୫ ଡିଗ୍ରୀ ଥୁଲା ତାପମାତ୍ରା ।

ପାଣିପାଗ ବିଭାଗର କହିବାନୁସାରେ, ପୂର୍ବ ବିହାରରୁ ଦକ୍ଷିଣ ଉପକୂଳ ଓଡ଼ିଶାକୁ ଗୋଟିଏ ଟ୍ରଫଲାଇନ ଲମ୍ବିଛି । ବିହାର ଓ ପାର୍ଶ୍ବର୍ବର୍ତ୍ତୀ ପୂର୍ବ ଉତ୍ତର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ଅଛି । ଏହା ପ୍ରଭାବରେ ରାଜ୍ୟରେ ପାଗ ବଦଳିପାରେ । କେତେକ ଜାଗାରେ ଘୂର୍ଣ୍ଣିବଳୟ ହେବା ସହ ତାତି କମିବ । ଗୁରୁବାରଠାର ଉପକୂଳ ଓଡ଼ିଶାରେ ପାରଦ କ୍ରମଶଃ କମିବ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
