News portal website
before header
[URIS id=5393]

ହାଇକୋର୍ଟଙ୍କ ଛାଟ ପରେ ଆହୁରି କଠୋର ହେଲେ ନିର୍ବାଚନ କମିଶନର

0 182

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

Notice

୨୮/୦୪/୨୦୨୧

ମାଡ୍ରାସ ହାଇକୋର୍ଟଙ୍କ ଛାଟ ପରେ ନିର୍ବାଚନ କମିଶନ ଆହୁରି ଆଇନ୍ କଡ଼ାକଡ଼ି କରିଛନ୍ତି। ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍ କାଉଣ୍ଟିଂ ସେଣ୍ଟରରେ ପ୍ରବେଶ କରିବେ ତାହେଲେ ତାଙ୍କୁ କିଛି ନିୟମ ମାନିବାକୁ ହେବ। ନହେଲେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି।

ନିର୍ବାଚନ କମିଶନର କହିଛନ୍ତି, ଭୋଟିଂ ଦିନ କୋଭିଡ୍ ନିୟମ ମୁତାବିକ ଭୋଟ୍ ଗଣତି ହେବ। ଯେଉଁ ପ୍ରାର୍ଥୀ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ତାଙ୍କୁ କରୋନା ନେଗେଟିଭ ରିପୋର୍ଟ ନହେଲେ ଦୁଇଟି ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ। ଆଉ ଏହି ଟିକା ଭୋଟ ଗଣତି ହେବାର ୪୮ ଘଣ୍ଟା ପୂର୍ବରୁ ନିଆଯାଇଥିବା ଦରକାର।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସେହିପରି ପ୍ରାର୍ଥୀଙ୍କର ଏଜେଣ୍ଟ ମଧ୍ୟ ଗଣତି କେନ୍ଦ୍ରରେ ବସିବେ। ତେଣୁ ଯେଉଁ ତିନି ଜଣ ବସିବେ ସେମାନଙ୍କ ନାଁ ଆଗୁଆ ଦେବାକୁ ହେବ। ଏମାନେ ମଧ୍ୟ ଆରଟିପିସିଆର ରିପୋର୍ଟ ନହେଲେ ଦୁଇଟି ଟିକା ନେଇଥିବାର ସାର୍ଟିଫିକେଟ ଦାଖଲ କରିବାକୁ ହେବ ବୋଲି ଇସି କହିଛନ୍ତି।ଗତକାଲି ନିର୍ବାଚନ କମିଶନର କହିଥିଲେ କୌଣସି ପ୍ରାର୍ଥୀ ବିଜୟ ଶୋଭାଯାତ୍ରା କରିପାରିବ ନାହିଁ। ଯଦି କେହି ପ୍ରାର୍ଥୀ ଲୋକଙ୍କୁ ନେଇ ରାଲି କରିବେ ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ବଡ଼ ବଡ଼ ରାଲି କରିବାକୁ ଅନୁମତି ଦିଆଯିବାରୁ ଏବଂ ଏହି ରାଲିରେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାରୁ କରୋନା ସଂକ୍ରମଣ ଜୋରଦାର ବ୍ୟାପିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ତେଣୁ ନିର୍ବାଚନ କମିଶନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଦରକାର ବୋଲି କହିଥିଲେ। ତେଣୁ ଭୋଟ ଗଣତି ଦିନ ନିର୍ବାଚନ କମିଶନର କୋଭିଡ ପ୍ରୋଟୋକଲ ଦୃଷ୍ଟିରୁ କି ନିୟମ ତିଆରି କରିଛନ୍ତି ସେ ବାବଦରେ ଏକ ରିପୋର୍ଟ ଦାଖଲ କରିବାକୁ ମାଡ୍ରାସ ହାଇକୋର୍ଟ କହିଥିଲେ।

ଆସନ୍ତାକାଲି ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ମତଦାନ ରହିଛି। ଏହାର ଦୁଇ ଦିନ ପରେ ଭୋଟ୍ ଗଣତି ହେବ। ଏହା ପୂର୍ବରୁ ନିର୍ବାଚନ କମିଶନର ପ୍ରାର୍ଥୀ ଏବଂ ତାଙ୍କର ଏଜେଣ୍ଟଙ୍କ ପାଇଁ କୋଭିଡ୍ ନିୟମ ଜାରି କରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.