By Austin News Latest updated Feb 21, 2021

ଭୁବନେଶ୍ବର
ତା-୨୧-୦୨-୨୦୨୧
ଦେଶ ସୁରକ୍ଷାରେ ନିୟୋଜିତ ଥିବାବେଳେ ଦେଶ ପାଇଁ ଶହୀଦ ହୋଇଥିବା ଓଡ଼ିଶା ମାଟିର ଅମର ବୀର ଯବାନ ଶଶାଙ୍କ ଶେଖର ସାମଲଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ଯାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି।ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିଥିଲେ।

ସୂଚନା ଯୋଗ୍ୟ ଶଶାଙ୍କ ଶେଖର ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କ୍ଷେତ୍ରଫଳ ଗ୍ରାମରେ। ଲଦାଖ ସୀମାରେ ଭାରତୀୟ ସ୍ଥଳ ସେନାରେ ଲାନ୍ସ ନାୟକ ଭାବେ କାର୍ଯ୍ଯରତ ଥିଲେ। ଗତ ୧୮ ତାରିଖ ଦିନ ସେନାରେ କାର୍ଯ୍ୟରତ ଥିବାବେଳେ ଶତ୍ରୁପକ୍ଷ ଗୁଳିରେ ଟଳିପଡିଥିଲେ।
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like,Follow,Share,Comment କରନ୍ତୁ।
Also Follow us….
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
