News portal website
before header
[URIS id=5393]

ସହିଦ ବୀରଙ୍କୁ ସଲାମ।

0 816

ଭୁବନେଶ୍ୱର

Notice

ତା-୧୪-୦୨-୨୦୨୧

ପାକିସ୍ତାନର ପୁଲୱାମା ପାପକୁ ପୂରିଲା ଦୁଇ ବର୍ଷ।ଦେଶ ଯେତେବେଳେ ପ୍ରେମର ପର୍ବ ପାଳୁଥିଲା ସୀମାରୁ ଶୁଭିଥିଲା ଭୟଙ୍କର ଶବ୍ଦ। ଅଭିଶପ୍ତ ଅପରାହ୍ନରେ ଆତତାୟୀଙ୍କ ଅନ୍ଧାଧୁନ ଆକ୍ରମଣରେ ସହିଦ ହୋଇଥିଲେ ୪୦ ବୀର ଯବାନ। ଆଜି ବି ସେ ମୁହୂର୍ତ୍ତ ମନେପଡିଗଲେ ଥରି ଉଠୁଛି ଛାତି … ଯବାନଙ୍କୁ ଝୁରୁଛି ଏ ମାଟି, ଝୁରୁଛି ଏ ଜାତି।

ମନେପଡନ୍ତି ବୀର ଯବାନ। ଝୁରୁଛି ଦେଶ। ଆଜିକୁ ଠିକ୍‍ ଦୁଇ ବର୍ଷ ତଳେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜାମ୍ମୁ-କାଶ୍ମୀର ପୁଲୱାମା ଜିଲାର ଅବନ୍ତିପୁରଠାରେ ଘଟିଥିଲା ଆତଙ୍କବାଦୀ ଆକ୍ରମଣ।ତେବେ ସାରା ଦେଶରେ ଭାଲେଣ୍ଟାଇନସ୍ ଡେ ପାଳନରେ ଲୋକେ ବ୍ଯସ୍ତ ଥିବାବେଳେ,ଏହି ଆକ୍ରମଣରେ ଭାରତର ବିଭିନ୍ନ ରାଜ୍ଯରୁ ୪୦ରୁ ଉର୍ଦ୍ଧ୍ବ ଯବାନ ପ୍ରାଣ ହରାଇଥିଲେ।ଯାହା ଭାରତ ଲାଗି ଥିଲା କଳା ଦିବସ।

ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ୍‍ ଅନ୍ତର୍ଗତ ରତନପୁରର ରତ୍ନ ମନୋଜ ବେହେରା ସହିଦ୍‍ ହୋଇଥିଲେ।ଏହି ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଥିବା ବେଳେ ୧୬ ତାରିଖ ଦିନ ସହୀଦ୍‍ ମନୋଜଙ୍କ ପାର୍ଥିବ ଶରୀର ନିଆଳିଠାରେ ପହଞ୍ଚିଥିଲା।

ପରେ ହଜାର ହଜାର ଜନସାଧାରଣ ଏକଜୁଟ ହୋଇ ବିରାଟ ଶୋଭାଯାତ୍ରାରେ ମରଶରୀର ତାଙ୍କ ଗାଁକୁ ନିଆଯାଇଥିଲା। ବ ଗାଁ ସ୍ମଶାନରେ ଶେଷକୃତ୍ୟ ହୋଇଥିଲା। ମନୋଜ ସହୀଦ୍‍ ହେବାପରେ ତାଙ୍କ ପରିବାରଙ୍କ ସମେତ ସେ ପଢ଼ୁଥିବା ବିଦ୍ୟାଳୟ ଓ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା।ମନୋଜଙ୍କ ବାପା ଜିତେନ୍ଦ୍ର ବେହେରା ଓ ମା’ ସାବିତ୍ରୀ ବେହେରା ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ପତ୍ନୀ ଇଲିଲତା ଓ କୁନି ଝିଅ ମନସ୍ୱିନୀଙ୍କ ଆଖିରୁ ଲୁହ ଶୁଖି ନଥିଲା।

ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like, Follow,Share,Commentକରନ୍ତୁ। Also Follow us…….

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.