News portal website
before header
[URIS id=5393]

ବଢିଲା ବର୍ଷା-ଅନୁଭବ ବିବାଦ : ମହିଳା କମିଶନଙ୍କ ଦ୍ଵାରସ୍ଥ ହେଲେ ବର୍ଷା

0 192

ଭୁବନେଶ୍ବର:  

ତା-୧୫-୧୨-୨୦୨୦

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ଦିନକୁ ଦିନ ତୀବ୍ର ରୂପ ନେଉଛି। ଗତକାଲି ଅନୁଭବ କହିଥିଲେ, ଯାହାର ମୋ ସହିତ ଲଢିବାର ଅଛି ସେମାନେ ମୋ ସହ ଲଢେଇ କରନ୍ତୁ ମୋ ଫ୍ୟାନ ମାନଙ୍କ ସହିତ ନୁହେଁ। ଗତ କାଲିର ଏହି ଘଟଣା ପରେ ଆଜି ଅଭିନେତା ଓ ସାଂସଦ ପତି ଅନୁଭବଙ୍କ ସହ ବିବାଦ ନେଇ ରାଜ୍ୟ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ।  ଉଭୟଙ୍କ ଭିତରେ ବିବାଦ ନେଇ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ନେଇ କମିସନ ଅଧ୍ୟକ୍ଷା ମିନତି ବେହେରାଙ୍କ ସୂଚନା ଦେଇଛନ୍ତି । ଆସନ୍ତାକାଲି ଅଭିଯୋଗର ଅନୁଧ୍ୟାନ କରିବେ ମହିଳା କମିସନ। ଗତ କିଛିଦିନ ହେବ ଦିଲ୍ଲୀ ସ୍ଥିତ ସମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ ସମ୍ପର୍କ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ସୋସିଆଲ ମିଡିଆରେ ଜାଗୃତି ସ୍ପଷ୍ଟୀକରଣ ରଖିଥିଲେ। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.