ଭୁବନେଶ୍ୱର:

ତା-୩୦-୧୨-୨୦୨୦
ନୂଆବର୍ଷରେ IASଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।
ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍ , ସିଲେକ୍ସନ ଗ୍ରେଡ୍ , ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହ୍ୟାରେ ଥିବା ଆଇଏଏସ ଅଫିସରମାନଙ୍କୁ ପଦୋନ୍ନତି ଦେଇଛନ୍ତି।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ଗୃହ ବିଭାଗ ପ୍ରମୁଖ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ୍ ସଞ୍ଜିବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି। ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି IAS ଶାଶ୍ବତ ମିଶ୍ର, ଆର. ଭିନିଲକ୍ରିଷ୍ଣା, ପି. ଅନ୍ବେଷା ରେଡି, ବୀର ବିକ୍ରମ ଯାଦବ, ପାଟିଲ ଆଶିଷ ଈଶ୍ବର, ଦିବାକର ଟି.ଏସ୍ଙ୍କୁ ପଦୋନ୍ନତି ଦିଆଯାଇଛି।IAS ହେମାକାନ୍ତ ସାଏ, ନିଖିଲ ପବନ କଲ୍ୟାଣ, ଅନୁପମ ସାହା, ମନୀଷ ଅଗ୍ରୱାଲ, ବିନୀତ ଭରଦ୍ବାଜ, ପୋମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସ, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ ନାୟକ, ବଟକୃଷ୍ଣ ଦେଉରୀଙ୍କୁ ପଦୋନ୍ନତି ଦିଆଯାଇଛି। ସେହିପରି IAS ଭୂପିନ୍ଦ୍ର ସିଂହ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍. ମୁଥୁକୁମାର, ବି. ପରମେଶ୍ବର, ଗୁହା ପୁନମ ତାପସ କୁମାର, ମାଗୁନି ଚରଣ ପାତ୍ର, ବିଶାଲ ଦେବ, ବୃନ୍ଦାବନ ବେହେରାଙ୍କୁ ମିଳିଲା ପଦୋନ୍ନତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
