News portal website
before header
[URIS id=5393]

କାହିଁକି ପଢିବା ଗୀତା?

0 357

ଗୀତା ଆବୃତ୍ତି ପ୍ରତିଯୋଗିତା!

ଯାଜପୁର ଜିଲ୍ଲା ବଡଚଣା ବ୍ଳକ, ରଇପୁର ଉଚ୍ଚ ବିଦ୍ୟାଳୟରେ,ସିଧେଶ୍ୱର ପାଠାଗାର ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ହୋଇଥିଲା।ବିଦ୍ୟାଳୟ ସ୍ତରରେ ଦଶ ଗୋଟି ବିଦ୍ୟାଳୟର ଅଶୀ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ନିଜକୁ ସାମିଲ କରିଥିଲେ।ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଯୋଗ୍ୟତା ପତ୍ର ସହ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା।ଶ୍ରେଷ୍ଠ ତିନିଜଣଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ତ୍ରିଲୋଚନ ସେନାପତି ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।ପଣ୍ଡିତ ରଞ୍ଜନ ନନ୍ଦ ବେଦ ପାଠ କରିଥିଲେ।ସଭାରେ ପଣ୍ଡିତ ନବୀନ କିଶୋର ଦାସ,ପଣ୍ଡିତ ବାଇଧର ସେନାପତି,ମହନ୍ତ ପଣ୍ଡିତ ଉପେନ୍ଦ୍ର ନାଥ ଦାସ ବିଚାରପତି ଭାବେ ଯୋଗ ଦେଇଥିଲେ।

ମୂଖ୍ୟବକ୍ତା ଭାବେ ଓଡ଼ିଶା କଳାକାର ସଙ୍ଘର ସଭାପତି ତଥା ଶିକ୍ଷକ ସତ୍ୟବ୍ରତ ପୁହାଣ,ସମ୍ମାନୀତ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବ୍ରାଇଟ ଫିଉଚର ଏକାଡେମୀର ପ୍ରତିଷ୍ଠାତା ବାଇଧର ଜେନା,ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ଚରଣ ଦାସ,ରଇପୁର ପଞ୍ଚାୟତ ସମିତିସଭ୍ୟ ବିଚିତ୍ରାନନ୍ଦ ଜେନା,ଜୟନ୍ତୀ ଦାସ,ରଇପୁର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ କିରାଣୀ କୈଳାସ ଚନ୍ଦ୍ର ସ୍ୱାଇଁ,ଗୋପୀନାଥ ଜୀଉ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ଅଶୋକ କୁମାର ଭଞ୍ଜ,ସଂସ୍କୃତ ପଣ୍ଡିତ,ତଥା ବେଦ ପାଠ ଗାନ କରିଥିବା ପଣ୍ଡିତ ରଞ୍ଜନ କୁମାର ନନ୍ଦ,ଅବସର ପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ପଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଉପଢୋକନ୍ୟ ଦେଇ ସମ୍ବର୍ଧିତ କରଯାଇଥିଲା।

ଗୀତାର ସମାଜ ପାଇଁ କ'ଣ ଆବଶ୍ୟକତା ସେ ସମ୍ପର୍କରେ ପଣ୍ଡିତ ବାଇଧର ସେନାପତି,ପଣ୍ଡିତ ଭୁପେଶ ସେନାପତି,ବାଇଧର ଜେନା ଆଲୋକ ପାତ କରିଥିଲେ।

କାର୍ଯ୍ୟକ୍ରମରେ ସୁଧୀର ସେନାପତି, ବିଜୟ କୁମାର ଜେନା,ହିମାଂଶୁ ଜେନା, ବିଭୁତି ସେନାପତି,ପର୍ଶୁରାମ ମହାନ୍ତି,ବିକାଶ କୁମାର ମହାନ୍ତି, ବିଶ୍ଵଜିତ ମହାନ୍ତି, ବିଦ୍ୟାଳୟ ଶିକ୍ଷକ ରଞ୍ଜନ କୁମାର ବିଶ୍ବାଳ, ନିର୍ମଳ ଦଳାଇ ଏବଂ ଗ୍ରାମବାସୀ ରହି ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.