News portal website
before header
[URIS id=5393]

ଜାନୁଆରୀ ୬ ରୁ ସମସ୍ତଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

0 181

ଭୁବନେଶ୍ବର:

Notice

ତା-୧୫-୧୨-୨୦୨୦

କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା ଧର୍ମାନୁଷ୍ଠାନ। ତେବେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ। ଡିସେମ୍ବର ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିବ। ଏହା ପରେ ଜାନୁଆରୀ ୧ ଓ ୨ ତାରିଖ ଦିନ ମନ୍ଦିର ବନ୍ଦ ରହିବ। ଏହା ପରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ବାସିନ୍ଦାକୁ ଦର୍ଶନ ପାଇଁ ଅନୁମତି ମିଳିବ। ତେବେ ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇପାରିବେ । ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ମନ୍ଦିର ଖୋଲିବା ନେଇ ବିଏମସି ଗାଇଡଲାଇନ୍ ଜାରି କରିଛି। ମନ୍ଦିର ପରିସରରେ ଏକ ସମୟରେ ସର୍ବାଧିକ ୫ଶହ ଲୋକ ରହିପାରିବେ। ଯେଉଁମାନଙ୍କ ପାଖରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବ, ସେମାନଙ୍କୁ ହିଁ ଦର୍ଶନ ପାଇଁ ଅନୁମତି ମିଳିବ। ତା’ପୁଣି ଏହି ଟେଷ୍ଟ ୪-୫ ଦିନ ପୂର୍ବରୁ ହୋଇଥିବା ଜରୁରୀ ବୋଲି ଦର୍ଶାଇଛନ୍ତି ବିଏମସି କମିଶନର। ପୂର୍ବଭଳି ମନ୍ଦିର ସକାଳ ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ। ମନ୍ଦିର ପାଖରେ ମଧ୍ୟ ଏକ ସ୍କ୍ରିନିଂ କ୍ୟାମ୍ପର ବ୍ୟବସ୍ଥା କରାଯିବ। କୋଭିଡ୍‌ କଟକଣାରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଖୋଲିବ ଚର୍ଚ । ଡିସେମ୍ବର ୨୫ରେ ଦିନକ ପାଇଁ ଖୋଲିବ ଭୁବନେଶ୍ବରର ସବୁ ଚର୍ଚ । ଜାନୁଆରି ୩ରୁ ଖୋଲିବ ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.