News portal website
before header
Browsing Category

ଓଡିଶା

କାର୍ ଧକ୍କାରେ ଭାଙ୍ଗିଲା ଏସପିଙ୍କ ବାସଭବନ ପାଚେରି

କାର୍ ଧକ୍କାରେ ଭାଙ୍ଗିଲା ଏସପିଙ୍କ ବାସଭବନ ପାଚେରି । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ମୁତାବକ ଜଣେ ଆଇନଜୀବୀଙ୍କ ଗାଡ଼ି ଦୁର୍ଘଟଣା ଘଟାଇଥିବା କୁହାଯାଉଛି। ସମ୍ପୃକ୍ତ ଆଇନଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ପୋଲିସ।

ଦ୍ରୌପଦୀଙ୍କୁ ଭୋଟ ଦେଲେ ମୋକିମ୍‌ ତାରା କହିଲେ ଦଳୀୟ ନିର୍ଦ୍ଦେଶ ମାନିନଥିଲେ କାର୍ଯ୍ୟାନୁଷ୍ଠାନ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି , " ଯଶବନ୍ତ ସିନ୍ନାଙ୍କୁ ଭୋଟ ଦେବା ପାଇଁ ହାଇକମାଣ୍ଡଙ୍କ…

NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌

ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ । ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି ମୋକିମ୍‌ । ସେ କହିଛନ୍ତି ଯେ, " ଓଡ଼ିଆ ଭାବାବେଗ ଓ ଓଡ଼ିଆ ଝିଅକୁ ସମ୍ମାନ ଦେଇ ଭୋଟ ଦେଇଛି। "ନିଜ ବିବେକ…

ସପିଂ ମଲକୁ କରାଯିବ ଟୀକାକରଣ କେନ୍ଦ୍ର

ଯୁବଗୋଷ୍ଠୀଙ୍କୁ ଟିକାକରଣ ପ୍ରତି ଆକୃଷ୍ଟ କରିବାକୁ ବିଏମସିର ନୂଆ ପଦକ୍ଷେପ। ଏଣିକି ପୂର୍ବଭଳି ପୁଣି ଥରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲକୁ ଟୀକାକରଣ କେନ୍ଦ୍ର କରାଯିବ। ଏଥିରେ କେବଳ 18ରୁ 59 ବର୍ଷ ବୟସ ବର୍ଗଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା…

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଉପରେ ଲାଗୁ ଜିଏସଟି ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିବା ଜିଏସଟି ପ୍ରସଙ୍ଗ । ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି…

ହୀରାକୁଦରୁ ଛଡିଲା ଏ ବର୍ଷର ପ୍ରଥମ ବନ୍ୟାଜଳ

ଆଜି ହୀରାକୁଦରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ଦିନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ଜଣାପଡ଼ିଛି। ତେବେ ପ୍ରଥମେ ୭ନଂ ଗେଟ୍‌ରେ ପାଣି ଛଡ଼ାଯାଇଛି। ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ…

ଦୂଷିତ ଜଳ ଯୋଗୁଁ କାଶୀପୁରରେ ବ୍ୟାପୁଛି ଝାଡ଼ାବାନ୍ତି

ରାୟଗଡ଼ା କାଶୀପୁରରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଲାଣି । ତେବେ ପରୀକ୍ଷା ପାଇଁ ଯାଇଥିବା ଜଳ ନମୁନାର ରିପୋର୍ଟରୁ ଜଣାପଡିଛି ଯେ ଦୂଷିତ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଛି । ଅନ୍ୟପକ୍ଷରେ ମଳ ନମୁନାର ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟ ପଦକ୍ଷେପ…

୮ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ଦିନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି ଓ ବଲାଙ୍ଗୀର ଗଜପତି, ଗଞ୍ଜାମ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ଖୋର୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା…

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଲାଗିଛି ପ୍ରବଳ ଭିଡ଼

ଦୀର୍ଘ ୨ ବର୍ଷ ପରେ ବୋଲବମ୍‌ ଯାତ୍ରାକୁ ମିଳିଛି ଗ୍ରୀନ୍‌ ସିଗନାଲ୍‌ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ବୋଲବମ୍ ଭକ୍ତ ଏବଂ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ଜଳ ଲାଗି କରୁଛନ୍ତି । ଲୋକନାଥଙ୍କ ଠାରୁ ଲିଙ୍ଗରାଜ,…

୨୪ ଘଣ୍ଟାରେ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୭୭, ଲୋକାଲ କେସ୍ ୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଜଣ ଆକ୍ରାନ୍ତ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ…