News portal website
before header
[URIS id=5393]

ଭାଇରାଲ ହେଲା ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କଲେ ଯାଜପୁର ଡିଇଓ

0 295

ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସସପେଣ୍ଡ ହେଲେ ଯାଜପୁର ଜିଲ୍ଲା ବାହାଦୁରନଗର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ । ବଡ଼ଚଣା ବିଇଓଙ୍କୁ ଡିଇଓ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ହାତୁଡ଼ି ଓ ଅନ୍ୟାନ୍ୟ ଉପକରଣରେ ବାହାଦୂରନଗର ନୋଡାଲ ୟୁପି ସ୍କୁଲର ପିଲମାନେ ଶ୍ରେଣୀ ଗୃହ ଚଟାଣକୁ ଖୋଳୁଥିବା ଆମେ ଡିଜିଟାଲ ଓ ପ୍ରିଣ୍ଟ୍ ମିଡିଆରୁ ଜାଣିବାକୁ ପାଇଲୁ। ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାସ ପିଲାମାନଙ୍କୁ ଶ୍ରମିକମାନଙ୍କ ଭଳି କାମ କରାଉଥିବା ଆମ ନଜରକୁ ଆସିଛି। ଏହା ଶିଶୁ ସୁରକ୍ଷା ଅଧିକାର ଗାଇଡଲାଇନ୍‌କୁ ଉଲ୍ଲଂଘନ କରୁଛି। ସଂପୃକ୍ତ ପ୍ରଧାନଶିକ୍ଷକ ତାଙ୍କ ପଦ ଓ କ୍ଷମତାର ଅନୁଚିତ୍ ବ୍ୟବହାର କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଇଓ। 

Leave A Reply

Your email address will not be published.